Latest Odisha News

BREAKING NEWS

ବିଦ୍ୟୁତ ସଂଯୋଗ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୀଘ୍ର ବିଜୁଳି ସଂଯୋଗ ଦାବି କରି ମଙ୍ଗଳବାର ଦିନ ଛାତ୍ରଛାତ୍ରୀ ମାନେ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟି ହଷ୍ଟେଲରେ ଜଳ ଓ ବିଦ୍ୟୁତ ସଂଯୋଗ ପାଇଁ ଅନୁରୋଧ କରିଥିବା ବେଳେ ପାଖାପାଖି ଏକ ସପ୍ତାହ ପରେ ହଷ୍ଟେଲକୁ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ତେବେ ବାତ୍ୟା ଫନିକୁ ପ୍ରାୟ ୧୧ଦିନ ବିତିଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଏନଡିଆରଏଫ ଟିମ୍ ଏବଂ ଓଡ୍ରାଫ୍ ଟିମଙ୍କୁ ଗଛ ସଫା କରିବା ସହ ବିଦ୍ୟୁତ ଖୁଣ୍ଟକୁ ସଜାଡି ବିଜୁଳି ସଂଯୋଗ କାର‌୍ୟ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ ଏଯାବତ୍ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ ବୋଲି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ କ୍ୟାମ୍ପସ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।

ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.