Latest Odisha News

ସାବୁନ ଦ୍ୱାରା ଘୁଞ୍ଚିିଲା ୩ ମହଲା ବିଲ୍ଡିଂ

ଅଟାୱା : ସାଧାରଣତଃ ଘର ପୁରୁଣା ହୋଇଗଲେ ଲୋକେ ସେହି ଘରକୁ ଭାଙ୍ଗି ନୂଆ ଘର ତିଆରି କରିଥାନ୍ତି । ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ ଘୁଞ୍ଚା ଯାଇଥିବା ଜଣାଯାଇଛି ।

କାନାଡାର ଏକ ସହର ନୈାବା ସ୍କୋଟିଆରେ ଏପରି ଘଟଣା ଦେଖିବାକୁ ମିଳିଛି । ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।ନୈାବା ସ୍କୋଟିଆର ଏକ ରିଅଲ ଇଷ୍ଟେଷ୍ଟ କମ୍ପାନୀ ୧୯୭ବର୍ଷ ପୁରୁଣା ଏକ ବିଲ୍ଡିଂକୁ ଭାଙ୍ଗିବା ବଦଳରେ ପୁରା ବିଲ୍ଡିଂକୁ ଘୁଞ୍ଚାଇଦେଇଛି । ୭୦୦ଖଣ୍ଡ ସାବୁନ ବ୍ୟବହାର କରି ଶ୍ରମିକମାନେ ୨୨୦ଟନର ୩ମହଲା ବିଲ୍ଡିଂକୁ ଘୁଞ୍ଚାଇ ଦେଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌? ଭାଇରାଲ ହେବାରେ ଲାଗିଛି ।ସୂଚନାଥାଉ କି, କାନାଡାର ସ୍କୋଟିଆ ସହରରେ ଏହି ବିଲ୍ଡିଂ ୧୮୨୬ରେ ତିଆରି କରାଯାଇଥିଲା । ଯାହାକୁ ପର ବୂହୁର୍ତ୍ତରେ ଏଲମ୍ବୁଡ ହୋଟେଲ ଭାବେ ପରିବର୍ତ୍ତନ କରାଯାଇଥିଲା ।

୨୦୧୮ରେ ଏହି ବିଲ୍ଡିଂକୁ ଭାଙ୍ଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ଏହାକୁ ଭଙ୍ଗା ହେବ କି ନାହିଁ ଏହି ଦ୍ୱନ୍ଦ ଭିତରେ ରିଅଲ ଇଷ୍ଟେଷ୍ଟ କମ୍ପାନୀ ଗ୍ୟାଲେକ୍ସି ପ୍ରପୋଟିଜ ଏହି ବିଲ୍ଡିର ମାଲିକାନାକୁ କିଣି ନେଇଥିଲା । ଏବଂ ପର ମୂହୁର୍ତ୍ତରେ ଏହାକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ୩୦ଫୁଟ୍‌? ପର୍ଯ୍ୟନ୍ତ ଘୁଞ୍ଚାଇ ନେଇଥିଲା । ଏହାକୁ ନେଇ କମ୍ପାନୀ ମାଲିକ ଶୋଲଡେନ ଶ୍େଟନ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ । ନୂଆ ବିଲ୍ଡି ତିଆରି ହେବା ପରେ ପୁରୁଣା ବିଲ୍ଡିଂକୁ ଅନ୍ୟ ସ୍ଥାନକୁ ଶିଫ୍ଟ କରାଯିବାର ଯୋଜନା ରହିଛି । ଏପରି ଟେକ୍ନୋଲଜି ଦ୍ୱାରା ଐତିହାସିକ କାରୁକାର୍ଯ୍ୟକୁ ସଂରକ୍ଷିତ ରଖିବା ସହ ପୁର୍ନସ୍ଥାପିତ ମଧ୍ୟ କରାଯାଇପାରିବ ।

Comments are closed.