ଲସ ଏଞ୍ଜେଲେସ: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ପଡ଼ିଥାଏ । କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ରୁଷୀୟ ବ୍ୟକ୍ତି ବିନା ପାସପୋର୍ଟ, ଭିସା ଓ ଟିକେଟରେ ୟୁରୋପରୁ ଆମେରିକାରେ ପହଞ୍ଚି ଯାଇଛନ୍ତି । ଯେବେ ଫ୍ଲାଇଟ ଲସ ଏଞ୍ଜେଲ୍ସ ଏୟାରପୋର୍ଟରେ ଲ୍ୟାଣ୍ଡିଂ କଲା ଯାଞ୍ଚ ବେଳେ ଏୟାରପୋର୍ଟ ଅଧିକାରୀମାନେ ଏପରି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଘଟଣାରେ ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ(ଏଫବିଆଇ)ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ।ଏହି ରୁଷୀୟ ବ୍ୟକ୍ତି ଜଣକ ହେଲେ, ସେର୍ଜେ ଭ୍ଲାଦିମିରୋଭିଚ ଓଚିଗାଭା । ସେ ସ୍କାଣ୍ଡିନେଭିଆଇ ଆନ ଏୟାରଲାଇନ୍ସରୁ କୋପେନହାଗେନରୁ ଲସଏଞ୍ଜେଲ୍ସ ଯାଏ ବିନା ଟିକେଟ , ପାସପୋର୍ଟ ଓ ଭିସାରେ ଯାତ୍ରା କରିଥିଲେ ।ଏନେଇ ଏଫବିଆଇ ଅଧିକାରୀମାନେ କହିଛନ୍ତି, ଅଭିଯୁକ୍ତଜଣକ ରୁଷୀୟ-ଇସ୍ରାଏଲୀୟ ନାଗରିକ ଅଟନ୍ତି । ସେ ୪ ନଭେମ୍ବର ଦ୍ୱିପ୍ରହର ୧ଟା ସମୟରେ ଲସ ଏଞ୍ଜେଲରେ ପହଞ୍ଚଥିଲେ । ସୂଚନାମିଳିଛି କି, ବ୍ୟକ୍ତିଜଣକ ଫ୍ଲାଇଟରେ ବାରମ୍ବାର ସିଟ ବଦଳାଉ ଥିଲେ । ଏଥିସହ ଯାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରଥିଲେ । ସେ ଫ୍ଲାଇଟରେ ଦୁଇ ଥର ଖାଇବା ଅର୍ଡର କରି ଖାଇଥିଲେ ।
BREAKING NEWS
- ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ;୩ ଗୁରୁତର
- ଆଇସିସି ଟି୨୦ର୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଅଭିଷେକ, ଖସିଲେ ଶ୍ରେୟାସ
- ବାତ୍ୟା ଅର୍ଣ୍ଣବ; ୫୦ର ଉର୍ଦ୍ଧ୍ୱ ଟ୍ରେନ୍ ଓ ବିମାନ ବାତିଲ
- କେନ୍ଦ୍ରୀୟ କର୍ମଚାରୀଙ୍କ DA ୩% ବୃଦ୍ଧି କଲେ ସରକାର
- ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ରାଜସ୍ୱ ମନ୍ତ୍ରୀ, ଚାଷୀଙ୍କୁ ମିଳିବ କ୍ଷତିପୂରଣ
- ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଦୁଇଟି ହାଇ-ସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କାରେ ୪୫ରୁ ଅଧିକ ମୃତ
- ରସିକିଆ ସ୍ୱାମୀର କଳା କାରନାମା, ୪ ଜଣଙ୍କୁ ବିବାହ କରି ନିର୍ଯାତନା ଦେଉଥିବା ଅଭିଯୋଗ
- Cyclone Arnab Impact in Gajapati:‘ଅର୍ଣ୍ଣବ’ପ୍ରଭାବ: ବିଜୁ ସେତୁର ଗାର୍ଡୱାଲ୍ ଧସିଲା, ୩ ଗାଁର ଲୋକଙ୍କ ଯାତାୟତ ପ୍ରଭାବିତ
- ବିବାଦୀୟ X ପୋଷ୍ଟ ମାମଲା: CJI ସୂର୍ଯ୍ୟକାନ୍ତଙ୍କ ନିକଟରେ ବିନା ସର୍ତ୍ତରେ କ୍ଷମା ମାଗିଲା କେରଳ କଂଗ୍ରେସ
- India Inviting Pakistan: ମୋଦୀଙ୍କ ନିମନ୍ତ୍ରଣରେ ପାକିସ୍ତାନରେ ଛନକା! ମନ୍ତ୍ରୀ ଆସିଲେ ଅଡୁଆ, ନଆସିଲେ ବି ବଢ଼ିବ ଚାପ!

Comments are closed.