ଲସ ଏଞ୍ଜେଲେସ: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ପଡ଼ିଥାଏ । କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ରୁଷୀୟ ବ୍ୟକ୍ତି ବିନା ପାସପୋର୍ଟ, ଭିସା ଓ ଟିକେଟରେ ୟୁରୋପରୁ ଆମେରିକାରେ ପହଞ୍ଚି ଯାଇଛନ୍ତି । ଯେବେ ଫ୍ଲାଇଟ ଲସ ଏଞ୍ଜେଲ୍ସ ଏୟାରପୋର୍ଟରେ ଲ୍ୟାଣ୍ଡିଂ କଲା ଯାଞ୍ଚ ବେଳେ ଏୟାରପୋର୍ଟ ଅଧିକାରୀମାନେ ଏପରି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଘଟଣାରେ ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ(ଏଫବିଆଇ)ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ।ଏହି ରୁଷୀୟ ବ୍ୟକ୍ତି ଜଣକ ହେଲେ, ସେର୍ଜେ ଭ୍ଲାଦିମିରୋଭିଚ ଓଚିଗାଭା । ସେ ସ୍କାଣ୍ଡିନେଭିଆଇ ଆନ ଏୟାରଲାଇନ୍ସରୁ କୋପେନହାଗେନରୁ ଲସଏଞ୍ଜେଲ୍ସ ଯାଏ ବିନା ଟିକେଟ , ପାସପୋର୍ଟ ଓ ଭିସାରେ ଯାତ୍ରା କରିଥିଲେ ।ଏନେଇ ଏଫବିଆଇ ଅଧିକାରୀମାନେ କହିଛନ୍ତି, ଅଭିଯୁକ୍ତଜଣକ ରୁଷୀୟ-ଇସ୍ରାଏଲୀୟ ନାଗରିକ ଅଟନ୍ତି । ସେ ୪ ନଭେମ୍ବର ଦ୍ୱିପ୍ରହର ୧ଟା ସମୟରେ ଲସ ଏଞ୍ଜେଲରେ ପହଞ୍ଚଥିଲେ । ସୂଚନାମିଳିଛି କି, ବ୍ୟକ୍ତିଜଣକ ଫ୍ଲାଇଟରେ ବାରମ୍ବାର ସିଟ ବଦଳାଉ ଥିଲେ । ଏଥିସହ ଯାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରଥିଲେ । ସେ ଫ୍ଲାଇଟରେ ଦୁଇ ଥର ଖାଇବା ଅର୍ଡର କରି ଖାଇଥିଲେ ।
BREAKING NEWS
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ
- ପାର୍ବଣରେ ବଡ଼ ନିଷ୍ପତ୍ତି: ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ
- ରାଜଧାନୀର ୧୯୫ ପୂଜା ମଣ୍ଡପକୁ କରାଗଲା ୩ଟି ବର୍ଗରେ ଶ୍ରେଣୀଭୁକ୍ତ; ସବୁ ପେଣ୍ଡାଲରେ ଲାଗିବ ସିସିଟିଭି
- ଗୋଟିଏ ଶରୀର, ଦୁଇଟି ମୁଣ୍ଡ: କେପ୍ କଡ୍ରେ ମିଳିଲା ଅତି ଦୁର୍ଲଭ ଦୁଇମୁଣ୍ଡିଆ କଇଁଛ
- ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର
- ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ବିଷ୍ଣୁଙ୍କ ଅବତାର’ : ଭୁଟାନ ପ୍ରଧାନମନ୍ତ୍ରୀ

Comments are closed.