Latest Odisha News

ସେକ୍ସ ରାକେଟ୍ ଧରାପଡ଼ିବା ପରେ ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସ୍‌ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସେକ୍ସ ରାକେଟ କାବରା । ଧରାପଡ଼ିବା ପରେ ହୋଟେଲ୍ ସିଲ୍ ହେଲା । ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସକୁ ସିଲ୍ କରିଛି କମିଶନରେଟ ପୋଲିସ । ହୋଟେଲ ମାଲିକ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛି ପୋଲିସ ।

ହିମାବତୀ ପ୍ୟାଲେସରେ ସେକ୍ସ ରାକେଟ ଚାଲୁଥିବା ସୂଚନା ପାଇଁ ଗତକାଲି ଚଢ଼ାଉ କରିଥିଲା ପୋଲିସ । ଏତିକିବେଳେ ହୋଟେଲରୁ ୮ ବଙ୍ଗୀୟ ଯୁବତୀ ଉଦ୍ଧାର ହୋଇଥିଲେ । ଜଣେ ଦଲାଲ ଓ ଜଣେ ଗ୍ରାହକକୁ ଗିରଫ କରାଯାଇଥିଲା । ହୋଟେଲ୍‌ରୁ ମଦ ବୋତଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ପୋଲିସ ।

Leave A Reply

Your email address will not be published.