Latest Odisha News

BREAKING NEWS

ମୋଦି-ସୁନକ ସାକ୍ଷାତର ପ୍ରଭାବ: ଭାରତୀୟ ପ୍ରଫେସନାଲଙ୍କୁ ମିଳିବ ୩ହଜାର ଭିସା

ବାଲି: ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା । ଏହା ପରେ ଭାରତର ପ୍ରାୟ ୩ହଜାର ଚାକିରିଆ ଯୁବକ ଯୁବତୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବାର ଆଶା ବଢିଛି । ୧୮ରୁ ୩୦ ବର୍ଷର ପ୍ରଫେସନାଲମାନଙ୍କ ଉଦ୍ଦେଶ୍ୟରେ ୩ହଜାର ଭିସା ଦେବ ବ୍ରିଟେନ ।

BjdElectrycity

ଏହାର ସୁଯୋଗ ନେଇ ଏହି ବର୍ଗର ପ୍ରଫେସନାଲମାନେ ନିଜର କ୍ୟାରିଅରକୁ ଆହୁରି ଭଲ କରିପାରିବେ । ଗତବର୍ଷ ବ୍ରିଟେନ-ଇଣ୍ଡିଆ ମାଇଗ୍ରେସନ ଆଣ୍ଡ ମୋବିଲିଟି ପାର୍ଟନରସିପ୍ ଏଗ୍ରିମେଣ୍ଟ ହୋଇଥିଲା । ଏହି ସ୍କିମରୁ ଏବେ ୩ହଜାର ଭିସାର ସୁଯୋଗ ନେଇପାରିବେ ଭାରତୀୟ ପ୍ରଫେସନାଲ । ରିଷି ସୁନକ ଜଣେ ଭାରତୀୟ ବଂଶୋଦ୍ଭବ । ଗତ ମାସ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.