Latest Odisha News

ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ, ପ୍ରାର୍ଥୀ ପାଇଁ ଦାଖଲ କଲେ ଦଲିଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ନିଜର ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ଆମେରିକାର ରିପବ୍ଲିକାନ ନେତା ଟ୍ରମ୍ପଙ୍କ ଏହି ଘୋଷଣା ଦ୍ବାରା ପୁଣି ଡେମୋକ୍ରାଟ ଦଳର ନେତା ଜୋ ବାଇଡେନଙ୍କ ସହ ତାଙ୍କର ମୁକାବିଲା ହେବାର ସଂକେତ ମିଳିଛି । ନଭେମ୍ବର ୮ରେ ଟ୍ରମ୍ପ କହିଥିଲେ ଯେ ସେ ନଭେମ୍ବର ୧୫ରେ ବଡ଼ ଘୋଷଣା କରିବେ । ଯାହା ଆଜି ସ୍ପଷ୍ଟ ହୋଇଛି । ‘ଫେଡେରାଲ୍‌ ଇଲେକ୍‌ସନ୍‌ କମିସନ୍‌’ ଙ୍କ ନିକଟରେ ତାଙ୍କର ଟିମ୍ ଟ୍ରମ୍ପ୍‌ଙ୍କ ନିର୍ବାଚନ ସଂବନ୍ଧୀୟ ସମସ୍ତ କାଗଜପତ୍ର ବା ଦଲିଲ ଦାଖଲ କରିଛନ୍ତି ।

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଫଳାଫଳକୁ ନେଇ କମ୍ପନ ଜାରି ରହିଥିବା ବେଳେ  ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ 2024 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଆମେରିକା ସଂସଦ ପାଇଁ ନିକଟରେ ଶେଷ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସିନେଟରେ ଉଭୟ ଦଳ କଡା ମୁକାବିଲା କରିଛନ୍ତି ।

ଆଜି ଟ୍ରମ୍ପ ତାଙ୍କ ଘରୁ ଲାଇଭ୍ ଟେଲିଭିଜନ ଭାଷଣରେ କହିଛନ୍ତି ଯେ ଆମେରିକାକୁ ପୁଣିଥରେ ମହାନ କରିବା ପାଇଁ ମୁଁ  ରାଷ୍ଟ୍ରପତି ପଦ ପାଇଁ ମୋର ପ୍ରାର୍ଥୀ ଘୋଷଣା କରୁଛି । ଟ୍ରମ୍ପଙ୍କ ଏହି ଘୋଷଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ଟ୍ରମ୍ପ ଆମେରିକାକୁ ନିରାଶ କରିଛନ୍ତି। ତାଙ୍କୁ ଗ୍ରହଣ କରାଯାଇନପାରେ ।

ତେବେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ହୋଇଥିବା ଦେଖାଯାଇଛି । ଆଗାମୀ ନିର୍ବାଚନରେ ମଧ୍ୟ କଡା ମୁକାବିଲା ହୋଇପାରେ । ତେବେ ଟ୍ରମ୍ପ ନିଜ ଦଳରେ ମଧ୍ୟ ବିରୋଧର ସମ୍ମୁଖୀନ ହେବା ଆଶଙ୍କାରେ ଆଗୁଆ ନିଜକୁ ପ୍ରାର୍ଥୀ ଘୋଷଣା କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ନିଜ ଦଳରେ କିଛି ଗୋଷ୍ଠୀ ଟ୍ରମ୍ପଙ୍କୁ ପ୍ରାର୍ଥୀ ହେବାକୁ ଚାହୁଁନାହାଁନ୍ତି । ତେବେ ଅନ୍ୟ ଏକ ଗୋଷ୍ଠୀ ଟ୍ରମ୍ପଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି । ଆମେରିକୀୟ ଟେଲିଭିଜନ୍‌ରେ ‘ଲାଇଭ୍‌ ବ୍ରଡ୍‌କାଷ୍ଟ୍‌’ କରାଯିବା ବେଳେ ମଧ୍ୟ ଟ୍ରମ୍ପଙ୍କ ସମର୍ଥକମାନେ ଉପସ୍ଥିତ ଥିଲେ ।  ଆମେରିକୀୟ ଜାତୀୟ ପତାକାରେ ସୁସଜ୍ଜିତ ହୋଇଥିଲା ରୁମ୍‌ । ନିଜ ସମର୍ଥକମାନଙ୍କୁ ନେଇ ପୁଣି ଥରେ ସେ ଆମେରିକାର ରାଷ୍ଟ୍ରପତି ବନିବାକୁ ଲଢ଼େଇ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ।

୨୦୨୪ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଟ୍ରମ୍ପ୍‌ଙ୍କ ଡେମୋକ୍ରାଟିକ ପାର୍ଟି ତଥା ଫ୍ଲୋରିଡାର ରାଜ୍ୟପାଳ ୪୪ ବର୍ଷିୟ ରୋନ୍‌ ଡି‌ସାଣ୍ଟିସ୍‌ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି ଏବଂ ପୂର୍ବତନ ଉପରାଷ୍ଟ୍ରପତି ୬୩ ବର୍ଷିୟ ମାଇକ୍‌ ପନେ୍‌ସ୍‌ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ପୂର୍ବରୁ ଚର୍ଚା ହେଉଥିଲା । ଅନ୍ୟମାନଙ୍କୁ  ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରଖିବା ଲାଗି ଟ୍ରମ୍ପ୍‌ ବର୍ଷକ ପୂର୍ବରୁ ପ୍ରାର୍ଥୀତ୍ବ ଘୋଷଣା କରିଥିବା ବିଦେଶୀ ଗଣମାଧ୍ୟମରେ ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ହୋଇଥିବା ଟ୍ରମ୍ପଙ୍କ ଅଭିଯୋଗକୁ ଏବେ ବି ଦଳର ଅନେକ ସଦସ୍ୟ ସମର୍ଥନ କରୁଛନ୍ତି । ତେବେ ତାଙ୍କ ନାମରେ ହିଂସା ସୃଷ୍ଟି କରିବାର ଅଭିଯୋଗର ତଦନ୍ତ ଚାଲିଛି । ସଂସଦ କମିଟି ତାଙ୍କୁ ନୋଟିସ ଜାରି କରିଥିଲେ ମଧ୍ୟ ଟ୍ରମ୍ପ କୈାଣସି ଉତ୍ତର ଦେଇନାହାଁନ୍ତି ।

Leave A Reply

Your email address will not be published.