Latest Odisha News

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦଙ୍କ ମୃତ୍ୟୁ ପରେ ମାଆ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସାଜିଦ-ୱାଜିଡ ଯୋଡିରୁ ୱାଜିଦଙ୍କର ସୋମବାର କରୋନା ସଂକ୍ରମଣରେ ଦେହାନ୍ତ ପରେ ତାଙ୍କ ପରିବାର, ବଲିଉଡ ତଥା ଫ୍ୟାନମାନେ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ମାଆ ରାଜିନା ଖାନ ମଧ୍ୟ କୋଭିଡ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।

ଏବିପି ନ୍ୟୁଜକୁ ୱାଜିଦଙ୍କ ଜଣେ ସମ୍ପର୍କୀୟ ଦେଇଥିବା ସୂଚନା ଅନୁସାରେ ରାଜିନା ମଧ୍ୟ ୱାଜିଦ ଭର୍ତ୍ତି ହୋଇଥିବା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୱାଜିଦ ଗତ ଚାରି ଦିନ ହେଲା ଭେଣ୍ଟିଲେଟରରେ ଥିଲେ ।

ଅନ୍ୟ ଜଣେ ସମ୍ପର୍କୀୟଙ୍କ କହିବାନୁଯାୟୀ, ୱାଜିଦ କରୋନା ସଂକ୍ରମିତ ହେବା ପୂର୍ବରୁ ତାଙ୍କ ମାଆ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ସାଜିଦ- ୱାଜିଦଙ୍କ ମାଆଙ୍କ ଅବସ୍ଥା ଏବେ ପୂର୍ବ ଅପେକ୍ଷା ଭଲ ଅଛି । ୱାଜିଦ ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମାଆ ପାଖରେ ରହି ତାଙ୍କର ଯତ୍ନ ନେଉଥିଲେ । ସେହିଠାରେ ଅନ୍ୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ତାଙ୍କ ମାଆ ରାଜିନାଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଉଛି ।

Comments are closed.