Latest Odisha News

BREAKING NEWS

ବିଧାନସଭା ସାଢ଼େ ୧୧ଟା ଯାଏ ମୁଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ବିଧାନସଭାରେ ହଟ୍ଟଗୋଳ । ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ନାରାବାଜି ଆରମ୍ଭ କରିଥିଲେ । ଗୃହରେ ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ । ମାହାଙ୍ଗା ଡବଲ୍ ମର୍ଡର ଘଟଣା ଉଠାଇଥିଲା ବିଜେପି । ସେହିପରି ଚାଷୀ ଓ ମରୁଡ଼ି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ।

ଗୃହ ମଧ୍ୟଭାଗରେ ଉଭୟ ଦଳର ସଦସ୍ୟ ନାରାବାଜି କରିଥିଲେ । ଆଜି ବି ଚାଲି ପାରିଲାନି ପ୍ରଶ୍ନକାଳ । ହଟ୍ଟଗୋଳ ଲାଗି ରହିଲା । ଫଳରେ ବାଚସ୍ପତି ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଗତକାଲି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚାଷୀ ଓ ମରୁଡ଼ି ସ୍ଥିତିକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା ।

Leave A Reply

Your email address will not be published.