Latest Odisha News

BREAKING NEWS

ଝୁରୁଛି ବିଧାନସଭା: ‘ମରିନାହିଁ ମହାରଥୀ, ସରିନାହିଁ ରାଜନୀତି’

ଭୁବନେଶ୍ୱର: ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ସ୍ମୃତି ଚାରଣ ସମୟରେ ତାଙ୍କ ବିୟୋଗରେ ଭାବୁକ ହୋଇପଡିଥିଲେ ସମସ୍ତ ବିଧାୟକ। ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖିତ ଓ ମର୍ମାହତ ବୋଲି ବିବୃତି ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେହିପରି ମହାରଥୀଙ୍କ ବିୟୋଗରେ ଗୃହରେ ଭବବିହ୍ୱଳ ହୋଇପଡିଥିଲେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।

ଅନ୍ୟପଟେ କାନ୍ଦି ପକାଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ସେହିପରି ବରିଷ୍ଠ ବିଜେପି ନେତା ଅମର ଶତପଥୀ କହିଥିଲେ, ମରିନାହିଁ ମହାରଥୀ, ସରିନାହିଁ ରାଜନୀତି । ମହାରଥୀଙ୍କ ସ୍ମୃତିଚାରଣ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମହାରଥୀଙ୍କୁ ଜଣେ ସଫଳ ରାଜନେତା ଓ ଜନପ୍ରିୟ ନେତା ଥିଲେ । ମହାରଥୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଂଜଳି ଜଣାଇ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

Leave A Reply

Your email address will not be published.