Latest Odisha News

BREAKING NEWS

ଦାହ ସଂସ୍କାର ପାଇଁ ଆସିଥିଲେ, ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ବାରିପଦା: ଘର ଉପରେ ଖସିଲା ମୃତ୍ୟୁ । ବୈଶାଖର ବଜ୍ରାଘାତରେ ଚାଲିଗଲା ତିନି ତିନି ଜଣଙ୍କ ଜୀବନ । ଦାହ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡରେ ଜଣଙ୍କର ମୃତ୍ୟୁ ପରେ ଦାହ ସଂସ୍କାର ପାଇଁ ସମ୍ପର୍କୀୟ ଆସିଥିଲେ । ଦ୍ୱିପ୍ରହର ସମୟରେ ସମସ୍ତେ ଘର ଉପରେ ବଜ୍ରପାତ ହେବାରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ପାଣିପାଗ ବିଭାଗର ସତର୍କତା ଅନୁଯାୟୀ ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ହେବ ।

ଏହାଛଡ଼ା ପାଣିପାଗ ବିଭାଗ ଝଡ଼ବର୍ଷା ଓ ବଜ୍ରପାତ ନେଇ ସନ୍ଧ୍ୟା ୬ଟା ୩୦ ଯାଏ ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ବରଗଡ଼ ଜିଲ୍ଲାକୁ ସତର୍କ କରାଯାଇଛି ।

Leave A Reply

Your email address will not be published.