Latest Odisha News

BREAKING NEWS

ରଥଯାତ୍ରା: ଆବେଦନକାରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର: ରଥଯାତ୍ରା ଅନୁମତି ନଦେବାକୁ ସୁପ୍ରିମକୋର୍ଟରେ ପିଟିସିନ ଦାଖଲ କରିଥିବା ଓକିଲଙ୍କ ଘରକୁ ଅଣ୍ଡାମାଡ । ଆବେଦନକାରୀ ଓକିଲ ସୁଶାନ୍ତ ପାଢ଼ୀଙ୍କ ଘରକୁ ଅଣ୍ଡାମାଡ ହୋଇଛି । ବମିଖାଲ ସାହି ବିହାର ସ୍ଥିତ ତାଙ୍କ ଘରକୁ କିଛି ଦୁର୍ବୃତ୍ତ ଅଣ୍ଡାମାଡ କରିଛନ୍ତି । ବାହାରେ ପୋଲିସ ଉପସ୍ଥିତ ଥିବା ସତ୍ତ୍ୱେ ଅଣ୍ଡାମାଡ ହୋଇଛି ଏବଂ ପୋଲିସ ସାମ୍ନାରେ ଧସ୍ତାଧସ୍ତି ବି ହୋଇଛି ।

ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହା ଉପରେ ଶୁଣାଣି କରି ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଚଳିତ ବର୍ଷ ରଥଯାତ୍ରା ନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କୋଟି କୋଟି ଓଡ଼ିଆଙ୍କ ଭାଗାବେଗକୁ କୁଠାରଘାତ ଲାଗିଥିଲା ଏବଂ ଜଗନ୍ନାଥପ୍ରେମୀ ଆବେଦନକାରୀଙ୍କୁ ଉପରେ ଖପା ଥିଲେ ।

Leave A Reply

Your email address will not be published.