Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଏପରିକି ବଲାଙ୍ଗିର ଓ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଟିମ୍ ମିଳିତ ଉଦ୍ୟମରେ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ପାଟଣାଗଡ ରାମପୁରର ଟଙ୍କଧର କୁମ୍ଭାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀକୁ ଗିରଫ କରିଥିଲେ ।

ଅଭିଯୋଗକାରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇଦେବାକୁ ତାଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଟଙ୍କଧର ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀ ମିଶ୍ରଙ୍କ ସ୍କୁଟି ଡିକିରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ।

Leave A Reply

Your email address will not be published.