Latest Odisha News

ଏସସିବିରେ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ; ରୋଗୀସେବା ବାଧାପ୍ରାପ୍ତ

କଟକ: ଏସସିବି ବଡ ମେଡିକାଲରେ ସ୍ବାସ୍ଥ୍ୟ କର୍ମୀଙ୍କ ତୁ ତୁ ମେ ମେ ଏବେ ଆନ୍ଦୋଳନର ରୂପ ନେଇଛି । ଅଧୀକ୍ଷଙ୍କ ହସ୍ତକ୍ଷେପ ପରେ ବି ତୁଟିଲାନି ବିବାଦ । ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନରେ ବସିଛି ହାଉସ ସର୍ଜନ ସଂଘ ।

ତେବେ କଟକ ମେଡିକାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ବିବାଦ ଏବେ ତେଜିବାକୁ ଆରମ୍ଭ କରିଚି । କେବଳ ଜରୁରୀକାଳୀନ ବିଭାଗକୁ ଛାଡ଼ି ଦେଲେ ଇନ୍ ଡୋର ଓ ଆଉଟଡୋର୍‌ ସବୁଠି ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସେପଟେ ମଙ୍ଗଳବାର ଶତାଧିକ ନର୍ସିଂ ଷ୍ଟାଫ୍ ଓ ଜୁନିଅର ଡ଼ାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଏହାପରେ ଆଜି ଆନ୍ଦୋଳନଙ୍କୁ ଓହ୍ଲାଇଛି ହାଉସ ସର୍ଜନ ସଂଘ ।

ତେବେ କହିରଖୁଛୁ, ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ କଥା କଟାକଟି ହୋଇଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେପଟେ ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର। ସେପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.