Latest Odisha News

କେରଳରେ ଜଳ ପ୍ରଳୟ: ଆଖି ପିଛୁଳାକେ ଭାସିଗଲା କୋଠାଘର, ଦେଖନ୍ତୁ ଭିଡିଓ

ଥିରୁବନ୍ତପୁରମ୍: ଭଗବାନଙ୍କ ଘରେ ତ୍ରାହି ତ୍ରାହି । ଦେବଭୂମି କେରଳରେ ବର୍ଷା ଆଣିଛି ଜଳ ପ୍ରଳୟ । ଚାରିଆଡେ ବନ୍ୟା ବିଭୀଷିକା । ଅବିଶ୍ରାନ୍ତ ବର୍ଷାରେ ଘରଦ୍ୱାର ଭାସିଯିବା ସହ ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ ନେଲାଣି ୨୦ରୁ ଅଧିକ ଜୀବନ । ବହୁ ନିଖୋଜ ଅଛନ୍ତି । କେରଳରେ ବର୍ଷା ବିତ୍ପାତର ଭିନ୍ନ ଭିନ୍ନ ଚିତ୍ର ବ୍ୟଥିତ କରୁଛି ।

ଏବେ ଏମିତି ଚିତ୍ର ସାମନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଦେହ ଶିତେଇ ଉଠିବ । ଲଗାଣ ବର୍ଷାରେ ଉଠୁଳା ନଦୀରେ ଭାସିଗଲା ପକ୍କା ଘର । ନଦୀ କଡରେ ଘରଟି ଥିଲା । ତଳେ ନଦୀ ବହୁଥିଲା । ଲଗାଣ ବର୍ଷାରେ ପ୍ରବଳ ପାଣି ଆସିଥିଲା । ସୋସିଆଲ୍ ମିଡିରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଘରଟି ପ୍ରଥମେ ନଇଁବା ଆରମ୍ଭ କରିଥିଲା । ଚାହୁଁ ଚାହୁଁ ଓଲଟି ପଡ଼ିଲା । ପାଣିରେ କୁଆଡେ ଭାସିଗଲା ।

ଯେଉଁଠି ଦିନେ ଛାତ ଘର ଠିଆ ହୋଇଥିଲା ତାର ଏବେ ଚିହ୍ନବର୍ଣ୍ଣ ନାହିଁ । କୋଟାୟମ୍ ଜିଲ୍ଲା ମୁଣ୍ଡାକାୟମ୍ ଅଞ୍ଚଳର ଘର ଭାଙ୍ଗି ଭାସିଯିବାର ଦୃଶ୍ୟକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ଗୋଟିଏ ଦୃଶ୍ୟ ବୟାନ କରୁଛି କେରଳରେ କିଭଳି ତାଣ୍ଡବ ରଚିଛି ଲଘୁଚାପ ଜନିତ ଲଗାଣ ବର୍ଷା ।

Leave A Reply

Your email address will not be published.