Latest Odisha News

BREAKING NEWS

ୟୁଏଇରେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-୨୦ ବିଶ୍ୱକପରେ ଆସନ୍ତା ୨୪ ତାରିଖରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ୟୁଏଇରେ ଦଳ ସହ ସାମିଲ ହେଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ପ୍ରଥମ ଅଭ୍ୟାସ ମ୍ୟାଚ ପୂର୍ବରୁ ମାହି ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ତାଙ୍କୁ ଦଳର ମେଣ୍ଟର (ମାର୍ଗଦର୍ଶକ) ଭାବରେ ଦାୟିତ୍ୱ ଦେଇଛି ବିସିସିଆଇ ।

ଆଇପିଏଲ୍ ସରିବା ପରେ ଗତକାଲି ଟିମ୍ ଇଣ୍ଡିଆ ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଥିଲେ ଧୋନି । ଏସମ୍ପର୍କରେ ସୂଚନା ଦେଇଛି ବିସିସିଆଇ । ନେଟ୍ ସେସନପ ଫଟୋ ବି ସାମନାକୁ ଆସିଛି । ଯେଉଁଥିରେ ଧୋନି ଟିମ୍ ଇଣ୍ଡିଆ କୋଚିଂ ଷ୍ଟାଫଙ୍କ ସହ ନଜର ଆସିଛନ୍ତି ।

ମୈଦାନରେ ବ୍ୟାଟିଂର କିଛି ଝଲକ ଦେଖାଉଛନ୍ତି ମାହି । ଟ୍ୱିଟ୍ କରି ବିସିସିଆଇ ଲେଖିଛି, କିଙ୍ଗ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଥିବାରୁ ତାଙ୍କୁ ସ୍ୱାଗତ । ସେ ନୂଆ ଭୂମିକାରେ ଦଳରେ ଯୋଗ ଦେଇଛନ୍ତି । ତାଙ୍କର ଯୋଗଦାନ ଦଳକୁ ଚଳିଚ ଟି-ଟ୍ୱେଣ୍ଟିରେ ଫାଇଦା ଦେବ ବୋଲି କୁହାଯାଉଛି ।

୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଗ୍ରୁପ-୨ରେ ଭାରତର, ପାକିସ୍ତାନ ସହ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି । ବିଶ୍ୱକପ୍ ଅଭିଯାନ ପୂର୍ବରୁ ଆଜି ଓ ଆସନ୍ତା ୨୦ ତାରିଖରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । ଆଜି ଇଂଲଣ୍ଡ ଓ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ।

Leave A Reply

Your email address will not be published.