Latest Odisha News

BREAKING NEWS

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ବେଜିଂ:ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।

ଏହାର ପ୍ରଭାବରେ ଅନେକ ବଡ ବଡ କୋଠା ଧରାଶାୟୀ ହୋଇ ଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ ଉଦ୍ଧାର କାମ ଜୋରଦାର ଚାଲିଛି । ତେବେ ଅନ୍ଧାର ଯୋଗୁ ଉଦ୍ଧାର କାମରେ ସମସ୍ୟା ହେଉଥିଲା । ଆଜି ସକାଳୁ ସ୍ପଷ୍ଟ ଚିତ୍ର ଆସିବ ।

ପ୍ରାଥମିକ ରିପୋର୍ଟ ଅନୁସାରେ, କାଉଣ୍ଟି, ଡିୟାଓଜୀ ଏବଂ କିଘଂଇ ପ୍ରାନ୍ତରେ ଅନେକ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ଯାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ର ବିନ୍ଦୁ ୩୫.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୭୯ ଡିଗ୍ରୀ ପୂର୍ବରେ ୧୦ କିମି ଗଭୀରତାରେ ରହିଛି ।

ସୂଚନା ଥାଉ କି, ସୋମବାର ପାକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୮ ଥିବା ଜଣାଯାଇଛି । ତେବେ ସେଠାରେ କୌଣସି କ୍ଷୟକ୍ଷତି ଘଟିଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ର ଜମ୍ମୁକଶ୍ମୀରରେ ୧୩୩ କିମି ଗଭୀରତାରେ ଥିଲା।

Leave A Reply

Your email address will not be published.