Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଲୀଳାମୟ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳାମୟ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ଯେତେ ଭାବରେ ଜାଣିଲ ମଧ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ଚିତ୍ରିତ କରି ହୁଏନି । ଅର୍ଥାତ ତାଙ୍କର ଗୁଣାବଳୀକୁ ପ୍ରକାଶ କରିହୁଏନି । କେତେବେଳେ ଶ୍ରୀକୃଷ୍ଣ ନିଜ ବାମ ହାତର କାଣୀ ଆଙ୍ଗୁଠିରେ ଛତା ଭଳି ଗିରି ଗୋବର୍ଦ୍ଧକୁ ଟେକିଧରି ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ କୋପରୁ ରକ୍ଷା କରିଥିଲେ । ପୁଣି ଯମୁନା ନଦୀର କାଳନ୍ଦୀ ହ୍ରଦରେ ରହୁଥିବା ଦୁଷ୍ଟ କାଳୀୟ ନାଗକୁ ଦଳନ କରି ବିତାଡିତ କରିଥିଲେ।

ରାସ ଉତ୍ସରେ ବ୍ରଜନାରୀ,
ଏକର କର ଆନେ ଧରି ।
ଅନନ୍ତ ମାୟା ଯୋଗ କରି,
ଷୋଳ ସହସ୍ର ରୂପ ଧରି ।
ଗୋପିକେ ଗୋବିନ୍ଦ ଗୋଟିଏ,
ସ୍ୱର୍ଗେ ଦେଖନ୍ତି ଦେବରାୟେ ।

ତେଣୁ କୃଷ୍ଣ ଓ ଗୋପୀଙ୍କ ସମ୍ପର୍କକୁ ଅନୁଭବ କରିବା ଏ ସାଧାରଣ ମଣିଷର କଳ୍ପନା ବାହାର କଥା । ଏହାକୁ କେବଳ ଉଦ୍ଧବଙ୍କ ପରି ଭକ୍ତ ହିଁ ଅନୁଭବ କରିପାରିବେ ଆସନ୍ତୁ ତେବେ ଗାଇବା ଶଙ୍କରାଚାର୍ଯ୍ୟଙ୍କ ଉକ୍ତି ।

“କଦାଚିତ କାଳିନ୍ଦୀ ତଟ ବିପିନ, ସଂଗୀତ କରବୋ, ସଦା୍ଭୀରା -ନାରୀ ବଦନ କମଳା ସ୍ୱାଦ ମଧୁପଃ । ରମା ଶମ୍ଭୁ ବ୍ରହ୍ମା ସୁରପତି ଗଣେଶl -ଚିର୍ତ୍ତ ପଦୋ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ।

ଜୟ ଜଗନ୍ନାଥ

Leave A Reply

Your email address will not be published.