ପୁରୀ: ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଏ ତାହା କେହି ବି ଜାଣି ନଥାନ୍ତି । ଏମିତି ଏକ ନିଆରା କାହାଣୀ ହେଉଛି ଶ୍ରୀକ୍ଷେତ୍ର ଝିଅ ଓ ସେଇ ଶ୍ରୀକ୍ଷେତ୍ରର ବୋହୁ ମଧୁସ୍ମିତା ରଥଙ୍କର । ଦିନେ ମା’ ହେବା ପରେ ମୋଟା ହେଇଯିବା ତାଙ୍କ ପାଇଁ ଅସହଜ ହୋଇଥିଲା । ପରେ ବଡି ବିଲ୍ଡ଼ର ସ୍ୱାମୀଙ୍କ ପ୍ରେରଣା ପାଇ ନିଜ ଜୀବନର ମୋଡ ବଦଳାଇ ଥିଲେ ସେ ।
ମାତୃତ୍ୱ ଲାଭପରେ ପେଟରେ ଥିବା ଷ୍ଟ୍ରେଚ ମାର୍କକୁ ଖାତିର ନକରି ଜିମରେ ନିରନ୍ତର ପରିଶ୍ରମ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ସେଇ ପରିଶ୍ରମ ତାଙ୍କୁ ଦେଇଛି ବଡ଼ ସଫଳତା । ଦିନେ ରାଜ୍ୟ ସ୍ତରରେ ପଦକ ପରେ ପଦକ ଜିତୁଥିବା ମଧୁସ୍ମିତା ଏବେ ଜାତୀୟ ମଞ୍ଚରେ ଆୟୋଜିତ ତିନିଟି ବର୍ଗରେ ଟାଇଟଲ ହାତେଇ ସାଜିଛନ୍ତି ନାରୀ ଜାତିର ଆଦର୍ଶ । ଯାହାକୁ ନେଇ ଗର୍ବ କରୁଛନ୍ତି ତାଙ୍କ ସ୍ୱାମୀ ।
ସେପଟେ ବିନା କୌଣସି ସପ୍ଲିମେଂଟରେ ପ୍ରାକୃତିକ ଉପାୟରେ ମହିଳାଟିଏ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହେବା ସହିତ ନିଜକୁ ସୁସ୍ଥ ରଖିପାରିବ ବୋଲି ସେ ଦେଇଛନ୍ତି ଆହ୍ୱାନ । ସୁସ୍ଥ ସୁନ୍ଦର ସମାଜ ଗଠନ ତାଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି । ବିକିନି ପିନ୍ଧି ମଞ୍ଚ ଉପରେ ଚାଲିବାକୁ ପ୍ରଥମେ ସଙ୍କୋଚ ଲାଗୁଥିଲେ ମଧ୍ୟ ତାଙ୍କ ପରିବାର ଲୋକଙ୍କ ପ୍ରେରଣା ଯୋଗୁଁ ସେ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ବୋଲି ସେ କହିଛନ୍ତି । ପ୍ରତିଟି ମହିଳା ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବାକୁ ସେ ସମସ୍ତ ମହିଳା ମାନଙ୍କୁ ବାର୍ତ୍ତା ଦେଇଛନ୍ତି ।
Comments are closed.