Latest Odisha News

BREAKING NEWS

ଭାରତ ଅଭିମୁଖେ ଆସୁଥିବା ତେଲ ଟ୍ୟାଙ୍କର ଜାହାଜକୁ ଆକ୍ରମଣ କଲା ହୁତି ବିଦ୍ରୋହୀ

ନୂଆଦିଲ୍ଲୀ: ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀ ମାନେ ଭାରତ ଅଭିମୁଖେ ଆସୁଥିବା ଏକ ତେଲ ଟ୍ୟାଙ୍କର ଜାହାଜ ଉପରେ ଆକ୍ରମଣ କରିଥିଲେ । ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ଗତ ନଭେମ୍ବରରୁ ଲୋହିତ ସାଗରରେ ଅନବରତ ଆକ୍ରମଣ ଜାରି ରଖିଛି । ସୂଚନା ଅନୁଯାୟୀ, ଲୋହିତ ସାଗରରେ ୩ଟି ମିଶାଇଲ ମାଡ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମିଶାଇଲଗୁଡିକ ଏକ ଜାହାଜ(ତେଲ ଟ୍ୟାଙ୍କର) ଉପରେ ପଡିଥିଲା। ଏହି ଜାହାଜଟି ଋଷ ବାଣିଜ୍ୟିକ ଜାହାଜ ଆଣ୍ଡ୍ରୋମେଡା ଷ୍ଟାର ବୋଲି ଜଣାପଡିଛି । ଯାହା ରୁଷର ପ୍ରିମୋର୍ସ୍କରୁ ଭାରତ ଅଭିମୁଖେ ଆସୁଥିବା ଜଣାପଡିଛି । ହୁତି ପ୍ରବକ୍ତା ୟାହା ସାରି ଶନିବାର ସ୍ପଷ୍ଟ କରିଛନ୍ତି ଯେ ଜାହାଜରେ ସିଧାସଳଖ ଆଘାତ ଲାଗିଛି । ଆମେରିକା ପକ୍ଷରୁ ସୂଚନା ରହିଛି ଯେ ସେହି ସମୟରେ ବାର୍ବାଡସ ପତାକା ଥିବା ଅନ୍ୟ ଏକ ଜାହାଜ ମଧ୍ୟ ପାଖରେ ଥିଲା ।

ଖବର ଅନୁଯାୟୀ  ଇସ୍ରାଏଲ- ଗାଜା ଆକ୍ରମଣକୁ ନେଇ ହୁତି ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଉଠିଛି । ଯାହା ଫଳରେ ହୁତି ବିଦ୍ରୋହୀ ଗୋଷ୍ଠୀ ୟେମେନରୁ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡିକୁ ଟାର୍ଗେଟ କରୁଛି । ଆମେରିକା ନେତୃତ୍ବରେ ୟେମେନରୁ ପରିଚାଳିତ ହୁତି ଗୋଷ୍ଠୀ ଉପରେ ଏୟାର ଷ୍ଟ୍ରାଇକ୍ ହେବା ପରେ ଲୋହିତ ସାଗରରେ ଶାନ୍ତି ଦେଖାଦେଇଥିଲା। କିନ୍ତୁ ଏବେ ପୁଣି ଥରେ ହୁତି ଗୋଷ୍ଠୀ ସକ୍ରିୟ ହୋଇଉଠିଛି ।

Leave A Reply

Your email address will not be published.