ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ ଅସଲ ଲଢ଼େଇ ବେଳକୁ ଫିକା ପଡ଼ିଯାଉଛି ପ୍ରଦର୍ଶନ ।
ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ହୋଇଛନ୍ତି ମିଚେଲ୍ ଷ୍ଟାର୍କ । ଏହି ଅଷ୍ଟ୍ରେଲୀୟ ପେସର୍ଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଜଣେ ଫାଷ୍ଟ ବୋଲର ଏତେ ଟଙ୍କାରେ ନିଲାମ ହେବା, ହୁଏତ କ୍ରିକେଟ୍ ଇତିହାସରେ କେବେ ଦେଖିବାକୁ ମିଳିନି। କିନ୍ତୁ ଏପର୍ଯ୍ୟନ୍ତ କେକେଆର ପକ୍ଷରୁ ୭ଟି ମ୍ୟାଚ୍ ଖେଳିଥିଲେ ବି ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିଲା ନାହିଁ । ୱିକେଟ୍ ତ ସେତେଟା ନେଲେ ନାହିଁ ବରଂ ଏହି କଙ୍ଗାରୁ ବୋଲରଙ୍କୁ ଖୁବ୍ ଧୁଲେଇ କରିଛନ୍ତି ବ୍ୟାଟର । ଏପର୍ଯ୍ୟନ୍ତ ୨୫ ଓଭର ବୋଲିଂ କରିଥିବା ଷ୍ଟାର୍କ ଖାଇଛନ୍ତି ୨୮୭ ରନ୍ । ଆଉ ନେଇଛନ୍ତି ମାତ୍ର ୭ ୱିକେଟ୍ ।
ଷ୍ଟାର୍କଙ୍କ ପ୍ରତି ବଲ୍ର ହିସାବ ଲଗାଇଲେ, ଶାହରୁଖ୍ ଖାନଙ୍କ ଫ୍ରାଂଚାଇଜ ତାଙ୍କୁ ବଲ୍ ପିଛା ୭ଲକ୍ଷ ୪୦ହଜାର ଟଙ୍କା ଦେବ । ଅର୍ଥାତ୍ ଷ୍ଟାର୍କ ଖେଳନ୍ତୁ ବା ନଖେଳନ୍ତୁ, ଆଇପିଏଲ୍ ଶେଷ ହେଲା ବେଳକୁ ତାଙ୍କ ଆକାଉଂଟକୁ ୨୪ କୋଟି ୭୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଥିବ । ବଡ଼ କଥା ହେଉଛି, ଟି-୨୦ ଫର୍ମାଟ୍ରେ ଯେଉଁ ବୋଲରଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ରହିନାହିଁ, ସେଭଳି ଖେଳାଳିଙ୍କୁ କେମିତି କୋଲକାତା ନାଇଟ୍ ରାଇଡର୍ସ ଏତେ ଟଙ୍କା ଦେଇ କିଣିଲା । କେବଳ ଷ୍ଟାର୍କ ନୁହଁନ୍ତି, ଆଇପିଏଲ୍ରେ ଅନେକ ଖେଳାଳି ନିଲାମ ହୋଇଛନ୍ତି, ଯେଉଁମାନଙ୍କୁ ମୋଟା ଅଙ୍କରେ ଫ୍ରାଂଚାଇଜମାନେ କିଣିଛନ୍ତି ସତ, କିନ୍ତୁ ପ୍ରଦର୍ଶନରେ ସେମାନେ ପୂରା ଜିରୋ।
BREAKING NEWS
- ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅର୍ଣ୍ଣବ
- ମାଗଣା ଶିକ୍ଷାଦାନ ଯୋଜନା; UG ଛାତ୍ରଛାତ୍ରୀଙ୍କୁ ୬୯ କୋଟି ଫେରାଇଲେ ସରକାର…
- କିଟ୍ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ MoU ସ୍ଵାକ୍ଷରିତ
- ବେଦାନ୍ତ ଆଲୁମିନିୟମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା: ଲାଭ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬,୧୮୭ କୋଟି
- ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ
- ଜାପାନରେ ବଦଳୁଛି ଶତାବ୍ଦୀର ପୁରୁଣା ଅନ୍ତିମ ସଂସ୍କାର ପରମ୍ପରା: ଗଛ ତଳେ ପୋତାଯାଉଛି ଅସ୍ଥି
- ୨୦୨୭ ସୁଦ୍ଧା ଭୁବନେଶ୍ୱରରେ ହେବ ୩୨,୦୦୦ ପିଏନଜି ଗ୍ୟାସ ସଂଯୋଗ: ସାଂସଦ ଅପରାଜିତା ଷଡ଼ଙ୍ଗୀ
- ବାତ୍ୟା ପରେ ଡରାଉଛି ଆଉ ଏକ ଲଘୁଚାପ…
- ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍ କରୁଛି ଏକ୍ୟୁଆଇ
- ପ୍ରଥମ ଏସଏଫଆଇ ସର୍ଟ କୋର୍ସ ନ୍ୟାସନାଲ ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬: ୬ଟି ପଦକ ଜିତି ଚମକିଲେ ଓଡ଼ିଶା ସନ୍ତରଣକାରୀ


Comments are closed.