ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟ ହାରିବା ଭାରତକୁ ହରଡଘଣାରେ ପକାଇଛି । ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ସାରିଛି । ଏବେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରୁ ଗୋଟିଏ ଟିମ ଫାଇନାଲରେ ପ୍ରବେଶ କରିପାରିବ । ଭାରତ ସିଡନୀ ଟେଷ୍ଟରେ ବିଜୟ ହାସଲ କଲେ ଏଥିପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ । ଭାରତ-ଅଷ୍ଟ୍ରେଲିଆ ସିରିଜ ୨-୨ରେ ଶେଷ ହେଲେ ଟିମ ଇଣ୍ଡିଆର ପ୍ରତିଶତ ୫୫.୨୬ ରହିବ ।
ଶ୍ରୀଲଙ୍କା ଯଦି ଅଷ୍ଟ୍ରେଲିଆକୁ ପରାଜିତ କରିବ ତେବେ ଭାରତ ଫାଇନାଲରେ ପ୍ରବେଶ କରିବ । ସେହିପରି ଭାରତ ୧-୨ରେ ସିରିଜ ହାରିଲେ ଫାଇନାଲ ରେସରୁ ବାଦ ପଡିବ । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଗୋଟିଏ, ପାକିସ୍ତାନ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ଟି ଟେଷ୍ଟ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ଟି ଟେଷ୍ଟ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଲର୍ଡସରେ ଜୁନ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ ।
Comments are closed.