Latest Odisha News

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲରେ ପ୍ରବେଶ ପାଇଁ ଭାରତ ନିକଟରେ ଏବେ ବି ରହିଛି ସୁଯୋଗ

ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ଏବେ ଭାରତ ପାଇଁ କିଛି ମାତ୍ରାରେ କଷ୍ଟକର ହୋଇପଡିଛି । ପରାଜୟ ଯୋଗୁ ଭାରତୀୟ ଟିମର ବିଜୟ ପ୍ରତିଶତ ୬୨.୮୨କୁ ଖସି ଆସିଲେ ସୁଦ୍ଧା ଦଳ ଏବେ ଶୀର୍ଷ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୬୨.୫୦ ସହ ଦ୍ୱିତୀୟ ଏବଂ ଶ୍ରୀଲଙ୍କା ଟିମ ୫୫.୫୬ ସହ ତୃତୀୟରେ ରହିଛି । ଏବେ ଭାରତକୁ ଆଗକୁ ୬ଟି ଟେଷ୍ଟ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଏବଂ ଅଷ୍ଟ୍ରେଲିଆ ବିରୋଧରେ ୫ଟି ମ୍ୟାଚ ଖେଳିବ ।

ଫାଇନାଲରେ ପ୍ରବେଶ ପାଇଁ ଟିମ ଇଣ୍ଡିଆକୁ ଅତି କମରେ ୪ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଯଦି ୬ରୁ ୩ଟି ମ୍ୟାଚ ଜିତେ ତେବେ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ । ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ହରାଇବା ଟିମ ଇଣ୍ଡିଆ ପାଇଁ ଏତେଟା ସହଜ ହେବନି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୨ଟି ମ୍ୟାଚ ହାତଛଡା କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୧୨ ବର୍ଷ ପରେ ଭାରତ ଘରୋଇ ପରିବେଶରେ ସିରିଜ ପରାଜୟ ବରଣ କରିଛି । ଯାହାକି ଦଳର ମନୋବଳ ହ୍ରାସ କରାଇଛି । କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ଦଳକୁ ବିଶେଷ ଫାଇଦା ପ୍ରଦାନ କରୁନି ।

Leave A Reply

Your email address will not be published.