Latest Odisha News

BREAKING NEWS

 ଟେଲି ଷ୍ଟାରଙ୍କ ‘ଫେସ୍‌ ଆପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ‘ଫେସ୍‌ ଆପ୍‌’ର ନିଶା ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟେଲିଭିଜନ ଓ ବଲିଉଡ୍‌ ସେଲିବ୍ରେଟି ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି ।ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ ଶେୟାର କରିଥିବା ବେଳେ ଆଉ କିଛି ସେଲିବ୍ରିଟି ନିଜର ଫଟୋରେ ଓଲ୍ଡ ଏଜ୍‌ ଫିଲଟର ବ୍ୟବହାର କରିଥିବା ନଜର ଆସିଛନ୍ତି। ଦେଖିବାକୁ ଗଲେ କଳାକାର ହୁଅନ୍ତୁ କି ସାଧାରଣଲୋକ ଏହି ଆପ୍‌ ସମସ୍ତଙ୍କୁ ଏଣ୍ଟରଟେନ୍‌ମେଣ୍ଟର ଖୋରାକ୍‌ ଯୋଗାଉଛି।

ଏମିତିକି ପୂର୍ବରୁ ଟେଲିଭିଜନରେ କାମ କରିଥିବା ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’ର ଏକ ଫଟୋକୁ ଶେୟାର କରି , ଫେସ୍‌ ଆପ୍‌ ଆଗରୁ ଏକତା କପୁର ଯେତେବେଳେ ଆପଣଙ୍କୁ ବୃଦ୍ଧା କରିଦିଅନ୍ତି ସେତେବେଳେ ଆପଣ କେମିତି ଦେଖାଯାଆନ୍ତି ବୋଲି ସ୍ମୃତି ଲେଖିଛନ୍ତି।

ସୋସିଆଲ ମିଡିଆର ଫ୍ୟାନ୍‌ କ୍ଲବରେ ସାମିଲ ଥିବା ଓ ଟିଭିରେ ପପୁଲାର ବୋହୂଙ୍କ ଫଟୋ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କର ଓଲ୍ଡ ଏଜ୍‌ର ଲୁକ୍‌ ଦେଖିବାକୁ ମିଳିଛି।

ସେହିଭଳି କମେଡି କିଙ୍ଗ କ୍ରିଷ୍ଣା ଅଭିଷେକଙ୍କଠାରୁ ଆରମ୍ଭ କରି ଅଭିନେତା ଅନୁପମ ଖେରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

 

Leave A Reply

Your email address will not be published.