Latest Odisha News

BREAKING NEWS

୬ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଜଗଦୀପ ଧନକର୍ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

ଏହି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଉତ୍ତରପ୍ରଦେଶର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ବିହାରର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ବଦଳି କରାଯାଇଛି । ଏବେ ବିହାରର ନୂଆ ରାଜ୍ୟପାଳ ଭାବେ ଫଗୁ ଚୌହାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ।

ସେହିପରି ରମେଶ ବୈସ ତ୍ରିପୁରାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିବେ । ଏହି ବିଜ୍ଞପ୍ତି ଅନୁସାରେ ନାଗାଲ୍ୟାଣ୍ଡର ନୂଆ ରାଜ୍ୟପାଳ ଭାବେ କାର୍ଯ୍ୟ କରିବେ ଆର୍ ଏନ ରବି ।

ଏହି ବିଜ୍ଞପ୍ତି ଅନୁଯାୟୀ, ଏହି ରାଜ୍ୟପାଳମାନେ ସେହି ରାଜ୍ୟରେ ଶପଥ ନେବା ପରେ ହିଁ ଦାୟିତ୍ୱ ଗ୍ରହଣ କରିବେ ।

Leave A Reply

Your email address will not be published.