Latest Odisha News

BREAKING NEWS

ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଚିଲ, ଶାଗୁଣାଙ୍କୁ ବ୍ୟବହାର କରୁଛି ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ଏକ ମାସରୁ ଊର୍ଦ୍ଧ୍ୱ ଦିନ ହୋଇ ଗଲାଣି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କେତେକ ଲୋକ ନିଖୋଜ ଅଛନ୍ତି । ସେମାନେ ବଂଚିଛନ୍ତି କି ନାହିଁ ତାହା ଜାଣିବା ସହ ଉଦ୍ଧାର କରିବା ପାଇଁ ଇସ୍ରାଏଲ ସେନା ଅଭିନବ ଉପାୟ ଅବଲମ୍ବନ କରିଛି । ରିପୋର୍ଟ ମୁତାବକ ଜିପିଏସ ଟ୍ରାକ ଉପକରଣ ଲଗା ଯାଇଥିବା ଚିଲ, ଶାଗୁଣା ଏବଂ କେତେକ ପକ୍ଷୀଙ୍କ ମାଧ୍ୟମରେ ଏମାନଙ୍କୁ ଖୋଜା ଯାଉଛି । ଇସ୍ରାଏଲ ସେନା ନିକଟରେ ପ୍ରଶିକ୍ଷଣ ପ୍ରାପ୍ତ ପକ୍ଷୀ ମଧ୍ୟ ରହିଛନ୍ତି । ସେମାନେ ଶବ୍ଦ ମାଧ୍ୟମରେ ସେନା ଅନେକ ଥର ସତର୍କ କରାଇଥାନ୍ତି ।

BjdElectrycity

ଅଧିକାଂଶ ପକ୍ଷୀ ମାଂସାଶୀ ହୋଇଥିବାରୁ ସେନାକୁ ଡେଡବଡି ଖୋଜିବାରେ ସହାୟ ହୋଇଥାଏ । ମାନବ ଅବଶେଷ ମିଳିଲେ ମଧ୍ୟ ଏହାର ଡିଏନଏ ପରୀକ୍ଷା କରି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିବା ସମ୍ଭାବନା ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ, ହମାସର ନାରକୀୟ କାଣ୍ଡ ପରେ ଇସ୍ରାଏଲ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସଫା କରିବା ପାଇଁ ଶପଥ ଗ୍ରହଣ କରିଛି । ଗାଜା ଉପରେ କରାଯାଇଥିବା ଆକ୍ରମଣରେ ୧୧୦୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.