Latest Odisha News

BREAKING NEWS

ପାକିସ୍ତାନରେ ଭାରତର ଶତ୍ରୁ ନିପାତ: ଲଶ୍କର କମାଣ୍ଡର ଅକରମ ଗାଜିକୁ ଗୁଳି କରି ହତ୍ୟା

ଇସଲାମବାଦ: ପାକିସ୍ତାନରେ ଭାରତର ଏକ ବଡ ଶତ୍ରୁ ନିପାତ । ଲସ୍କର ଏ-ତୈୟବାର ପୂର୍ବ କମାଣ୍ଡର ଅକରମ ଖାନ ଓରଫ ଅକରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଅକରମ ଜଣେ କଟ୍ଟର ଭାରତ ବିରୋଧୀ ଏବଂ ଭାରତ ବିରୋଧରେ ବିଷୋଦ୍ଗାର କରୁଥିଲେ । ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲକ୍ସରର ଯୋଗ ଦେଇ କାମ କରୁଥିଲେ ।

ଅକରମ ଗାଜିକୁ ଗୁରୁବାର ଦିନ ପାକିସ୍ତାନର ବାଜୌରରେ କେହି ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି । ଅକବର ଲଶ୍କରର ଜଣେ ବଡ କମାଣ୍ଡର । ଦୀର୍ଘ ଦିନ ଧରି ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା ।

ଯାହା ବି ହେଉ, ପାକିସ୍ତାନରେ ହେଉଥିବା ହତ୍ୟା ଆତଙ୍କୀଙ୍କ ନିଦ ହଜାଇ ଦେଇଛି । ଗତ ସପ୍ତାହରେ ପାକିସ୍ତାନରେ ଭାରତର ଆଉ ଏକ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଶାହିଦ ଲତିଫକୁ ସମାନ ଷ୍ଟାଇଲରେ ହତ୍ୟା କରାଯାଇଛି । ଅଜ୍ଞାତ ଆତତାୟୀ ସିୟଲକୋର୍ଟରେ ତାଙ୍କୁ ଗୁଳିକରି ହତ୍ୟା କରିଛି । ଲତିଫ ୨୦୧୬ରେ ପଠାନକୋର୍ଟ ଏୟାର ଫୋର୍ସ ଷ୍ଟେଶନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ।

Leave A Reply

Your email address will not be published.