ଭୁବନେଶ୍ଵର: ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ବା ପ୍ରେମ ସପ୍ତାହର ସପ୍ତମ ଦିନ ଅର୍ଥାତ କିସ୍ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ବେଶ୍ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ ପରସ୍ପରକୁ କିସ୍ କରିଥାନ୍ତି। ଆପଣ ଜାଣନ୍ତି କାହିଁକି ଏହି ଡେ’ ପାଳନ ହେଉଛି? କୁହାଯାଏ କିସ୍ ବା ଚୁମ୍ବନ ଦୁଇଟି ମଣିଷଙ୍କ ସଂପର୍କରେ ଥିବା ଦୂରତାକୁ ଦୂର କରିଦିଏ। ପ୍ରେମୀଯୁଗଳ ପରସ୍ପର ସହ ଅଧିକ ଘନିଷ୍ଠ ହୋଇଥାନ୍ତି। ଏହା ସଂପର୍କକୁ ଆହୁରି ମଜବୁତ କରିଥାଏ। ସେଥିପାଇଁ କିସ୍ ଡେରେ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ।
ତେବେ ଆପଣ ଜାଣନ୍ତି କି ଏହି ଚୁମ୍ବନ ସ୍ୱାସ୍ଥ୍ୟ ପାଇଁ କେତେ ଭଲ? ଚୁମ୍ବନ କରିବାର ଦ୍ବାରା ଶରୀର ପାଇଁ ମିଳିଥାଏ ଅନେକ ଫାଇଦା ।ଚୁମ୍ବନ ମସ୍ତିଷ୍କରେ ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ସେରୋଟୋନିନ୍ ପରି ରାସାୟନିକ ପଦାର୍ଥ ଛାଡିଥାଏ । ଡାକ୍ତରଙ୍କ ମତରେ ଚୁମ୍ବନ ଦେବା ଦ୍ଵାରା ମନକୁ ଖୁସି ଏବଂ ଉତ୍ସାହ ମିଳିଥାଏ। ଏଗୁଡିକ ‘ଖୁସି ହରମୋନ୍’ ଭାବରେ ମଧ୍ୟ ଜଣାଶୁଣା । ଚାପରୁ ମୁକ୍ତି ପାଇଁ ଚୁମ୍ବନ ଏକ ଉତ୍ତମ ଉପାୟ । ରକ୍ତଚାପ ନିୟନ୍ତ୍ରଣ କରେ ଚୁମ୍ବନ । ହୃଦସ୍ପନ୍ଦନକୁ ମଧ୍ୟ ଏହା ବୃଦ୍ଧି କରାଇଥାଏ । ଫଳସ୍ୱରୂପ, ରକ୍ତଭଣ୍ଡାର ବିସ୍ତାର ହୁଏ ଏବଂ ରକ୍ତ ପ୍ରବାହ ବୃଦ୍ଧି ହୁଏ । ଯହାଦ୍ଵାରା ରକ୍ତଚାପ କମିଯାଏ । ଚୁମ୍ବନ ଯନ୍ତ୍ରଣା ଦାୟକ ଅବସାଦକୁ ସହଜ କରିବାରେ ସାହାଯ୍ୟ କରିଥାଏ । ଏକ ଗଭୀର ଚୁମ୍ବନ ମଧ୍ୟ ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇପାରେ ।
ଚାପ ହେଉଛି ମୁଣ୍ଡବିନ୍ଧାର ଅନ୍ୟତମ କାରଣ ।ଚୁମ୍ବନ ଆପଣଙ୍କ ଚାପକୁ ହ୍ରାସ କରିବାରେ ଏବଂ ମୁଣ୍ଡବିନ୍ଧାକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ଚୁମ୍ବନ ଦ୍ୱାରା ପାଟିରୁ ଆସିଥିବା ଲାଳ ଶରୀରକୁ ନୂତନ ଜୀବାଣୁ ସଂସ୍ପର୍ଶରେ ଆସିଥାଏ । ଫଳସ୍ୱରୂପ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୁଏ ।କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଦ୍ୱାରା ହୃଦ୍ରୋଗ ଏବଂ ଷ୍ଟ୍ରୋକ୍ ସମେତ ବିଭିନ୍ନ ରୋଗର ଆଶଙ୍କା କମିଯାଏ ।ଦାନ୍ତ ସ୍ୱାସ୍ଥ୍ୟ ପାଇଁ ଚୁମ୍ବନ ମଧ୍ୟ ବହୁତ ଲାଭଦାୟକ । ଚୁମ୍ବନ ଲାଳ ଗ୍ରନ୍ଥିକୁ ଉତ୍ସାହିତ କରେ । ଫଳସ୍ୱରୂପ, ଲାଳ ଉତ୍ପାଦନ ବୃଦ୍ଧି ପାଇଥାଏ । ଏହି କାରଣରୁ, ପ୍ଲେକ୍ ସୃଷ୍ଟି କରୁଥିବା ପଦାର୍ଥଗୁଡ଼ିକ ଦାନ୍ତରେ ଜମା ହେବାର ସମ୍ଭାବନା କମ୍ ଥାଏ ।
Comments are closed.