ଭୁବନେଶ୍ୱର: ରାୟଗଡା ଜିଲ୍ଲାର ହାଡିଗୁଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁଗୁପୁଟ ଗ୍ରାମ ଜଳାଭାବକୁ ନେଇ ଦୀର୍ଘକାଳରୁ ସଂଘର୍ଷ କରିଆସୁଥିଲା। ଏହି ଗ୍ରାମର କୃଷକମାନେ ବୃଷ୍ଟିପୁଷ୍ଟ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ ଥିଲେ। ଅନିୟମିତ ବର୍ଷା ପାଇଁ ଶଙ୍କାରେ ରହୁଥିଲେ ଏଠାକାର ଚାଷୀ। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟର ସମାଧାନ କରିବାକୁ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍), ଭାରତ ରୁରାଲ ଲାଇଭଲିହୁଡ ଫାଉଣ୍ଡେସନ (ବିଆରଏଲଏଫ୍) ସହଯୋଗୀତାରେ ଏକ ଦୀର୍ଘସ୍ଥାୟୀ ଜଳ ସମ୍ପଦ ପରିଚାଳନା ପ୍ରକଳ୍ପ ‘ପ୍ରୋଜେକ୍ଟ ନୀର’ କାର୍ଯ୍ୟକାରୀ କରିଛି।
ଏହି ‘ପ୍ରୋଜେକ୍ଟ ନୀର’ ଗ୍ରାମର କୃଷି ପରିବ୍ୟବସ୍ଥାକୁ ପୁନଃଶକ୍ତି ଯୋଗାଇଛି ଏବଂ ଅର୍ଥନୈତିକ ସ୍ଥିରତାକୁ ପ୍ରୋତ୍ସାହିତ କରିଛି। କୁଗୁପୁଟ ଦୀର୍ଘକାଳରୁ ବୃଷ୍ଟିପୁଷ୍ଟ କୃଷି ଉପରେ ନିର୍ଭର କରିଆସୁଥିଲା। ଯେଉଁଥିରେ ମୁଖ୍ୟତଃ ଖରିଫ ଋତୁରେ ଗୋଟିଏ ମାତ୍ର ଫସଲ କରାଯାଉଥିଲା। ଅନିୟମତି ବର୍ଷା ଏବଂ ଆବଶ୍ୟକ ମୁତାବକ ଜଳସେଚନ ବ୍ୟବସ୍ଥା ଅଭାବରୁ ଏହି ଗ୍ରାମ ବର୍ଷକୁ ୧୫ରୁ ୨୦ ପ୍ରତିଶତ ଶସ୍ୟହାନୀ ପରିସ୍ଥିତିର ସାମ୍ନା କରୁଥିଲା।
ଏହି ଚାଲେଞ୍ଜଗୁଡିକର ଜରୁରୀ ସ୍ଥିତିକୁ ଅନୁଭବ କରି ୟୁଏଆଇଏଲ୍ ଏବଂ ବିଆରଏଲଏଫ୍ ଅସାମର୍ଥ୍ୟ, ପଙ୍କଜମିବା ଏବଂ ନିମ୍ନ ମାନର ଡିଜାଇନ କରାଯାଇଥିବା ଜଳ ମହଜୁଦ ବ୍ୟବସ୍ଥା ସମେତ ମୂଳ କାରଣ ଚିହ୍ନଟ କରିବାକୁ ଏକ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ କରିଥିଲେ। ‘ପ୍ରୋଜେକ୍ଟ ନୀର’ ଅଧୀନରେ ଲୁଜ୍ ବୋଲଡର ଚେକ୍ ଡ୍ୟାମ, ଗାବିଅନ ଷ୍ଟ୍ରକଚର ଏବଂ ରହିଥିବା ଡ୍ୟାମଗୁଡିକର ଉନ୍ନତିସାଧନ ଭଳି
ସମାଧାନଗୁଡିକ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରକଳ୍ପରେ ସ୍ଥାନୀୟ ଜନସାଧାରଣଙ୍କୁ ପାର୍ଟିସିପେଟରୀ ରୁରାଲ ଆପ୍ରେଜାଲ (ପିଆରଏ) ଭଳି ସାଧନ ଜରିଆରେ ପ୍ରକଳ୍ପର ଯୋଜନା ପ୍ରସ୍ତୁତି ଓ ତାହାର କାର୍ଯ୍ୟାନ୍ୱୟନରେ ସଂପୃକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ପ୍ରୟାସଗୁଡିକ ଡ୍ୟାମରେ ଜଳମହଜୁଦ କ୍ଷମତାକୁ ପ୍ରାୟ ୭ ଲକ୍ଷ ଲିଟରକୁ ବୃଦ୍ଧି କରିଥିଲା, ଯାହା ୫୦ ଏକର ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରିଥିଲା। ଏହାର ଫଳାଫଳ ରୂପାନ୍ତରଣକାରୀ ହୋଇଛି । କୃଷକମାନେ ସମ୍ପ୍ରତି ଦୁଇଟି ଚାଷ କରୁଛନ୍ତି ଏବଂ ଏକର ପିଛା ଧାନ ଅମଳ ପରିମାଣ ୫ କୁଇଣ୍ଟାଲ ବୃଦ୍ଧିପାଇଛି। ଏଥିସହିତ ୩୦ ପରିବାର ପନିପରିବା ଚାଷକୁ ଆପଣେଇଛନ୍ତି। ଏହାଦ୍ୱାରା ବର୍ଷକୁ ଅଧିକ ୧୫ହଜାର ଟଙ୍କା ଉପାର୍ଜନ କରୁଛନ୍ତି । ଗ୍ରାମବାସୀ ମଧ୍ୟ ଏହି ପରିବର୍ତ୍ତନକୁ ନେଇ ସେମାନଙ୍କର ଆନନ୍ଦ ପ୍ରକାଶ କରିଛନ୍ତି ।
Comments are closed.