Latest Odisha News

BREAKING NEWS

କଣ୍ଟାକ୍ଟ ଲେନ୍ସ ବ୍ୟବହାର ବେଳେ କରନ୍ତୁନି ଏହି ଭୁଲ ..

ଭୁବନେଶ୍ବର: ଆଜିକାଲି କଣ୍ଟାକ୍ଟ ଲେନ୍ସ ଫ୍ୟାସନ ଭାବେ ଅଧିକ ବ୍ୟବହାର କରାଯାଉଛି । ଆଖିର ରଙ୍ଗ ବଦଳାଇ ଆକର୍ଷକ ଦିଶିବାକୁ ମହିଳା, ପୁରୁଷ ଉଭୟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଲେନ୍ସ ବ୍ୟବହାର ବେଳେ ସାମାନ୍ୟ ଭୁଲ୍ ଆଖିକୁ ଅଧିକ କ୍ଷତି ପହଞ୍ଚାଇପାରେ ।

ଲେନ୍ସ ଠିକ୍ ଭାବେ ଆଖିରେ ନ ଲଗାଇଲେ ଅବା ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ ଆଖିରେ ବ୍ୟାକ୍ଟେରିଆ ଓ ଫଙ୍ଗଲ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ । ଯାହାଫଳରେ ଦୃଷ୍ଟି ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଆଖିରେ ପୋଡାଜଳା ହେବା, ଲାଲ୍ ପଡିଯିବା, ବ୍ୟାକ୍ଟେରିଆ ଓ ଫଙ୍ଗଲ ସଂକ୍ରମଣ, କର୍ନିଆଲ ଅଲ୍‌ସର ବା ଘା’ହେବା, ଦୃଷ୍ଟି ଶକ୍ତି ଖରାପ ହେବା, ଶୁଷ୍କ ଆଖି ଇତ୍ୟାଦି ଭଳି ସମସ୍ୟା ଦେଖାଯାଏ । ତେଣୁ କଣ୍ଟାକ୍ଟ ଲେନ୍ସକୁ ସବୁବେଳେ ସଫା ରଖିବା ଉଚିତ୍ ।

ପ୍ରଥମତଃ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲେନ୍ସ ବ୍ୟବହାର କରନ୍ତୁ । ଧ୍ୟାନ ଦିଅନ୍ତୁ ଡାକ୍ତର ପରାମର୍ଶ ଦେଇଥିବା ସଲ୍ୟୁସନରେ ହିଁ ଲେନ୍ସ ରଖନ୍ତୁ । ଏଥିସହ ସର୍ବଦା ଲେନ୍ସ ବ୍ୟବହାର ପୂର୍ବରୁ ଏବଂ ପରେ ସଲ୍ୟୁସନରେ ସଫା କରନ୍ତୁ । ସବୁବେଳେ ସଫା ଓ ଶୁଖିଲା ହାତରେ ଲେନ୍ସ ଲଗାନ୍ତୁ । ଆଠ-ଦଶ ଘଣ୍ଟାରୁ ଅଧିକ ସମୟ ଲେନ୍ସ ଲଗାନ୍ତୁ ନାହିଁ । ଆଖି କୁଣ୍ଡେଇ ହେଲେ କିମ୍ବା ପୋଡାଜଳା କଲେ ତୁରନ୍ତ ଲେନ୍ସ ବାହାର କରି ଦିଅନ୍ତୁ ।

ଏକ୍ସପାରୀ ଡେଟ୍ ପରେ ଲେନ୍ସ ବ୍ୟବହାର କରିବା ଆଖି ପ୍ରତି ବିପଦଜ୍ଜନକ ହୋଇପାରେ । ପରେ ଏହା ସଂକ୍ରମଣର କାରଣ ହୋଇପାରେ । ଏଥିସହ ଶୋଇବା ସମୟରେ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।

Comments are closed.