Latest Odisha News

BREAKING NEWS

ଭାରତରେ କୋଟିପତିଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ଡାଟାରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନା ମହାମାରୀ ସମୟରେ ଏହାର ହାର କମିଥିବା ବେଳେ ଏବେ ଏହା ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆଇଟିଆର ଫାଇଲ କରିଥିବା ଆବେଦନକାରୀଙ୍କ ମଧ୍ୟରେ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତି ଥିବା ଟ୍ୟାକ୍ସପେୟର୍ସଙ୍କ ସଂଖ୍ୟା ୨.୬୯ ଲକ୍ଷ ରହିଛି । ୨୦୧୮-୧୯ ତୁଳନାରେ ୪୯.୪ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୧-୨୨ରେ ଏକ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟା ୧.୯୩ ଲକ୍ଷ ଥିଲା । ସେହିପରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଇନକମ ଟ୍ୟାକ୍ସ ଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ୦.୬ ପ୍ରତିଶତ ରହିଛି ।

ଅବଶ୍ୟ ଦେଶର ଜନସଂଖ୍ୟା ତୁଳନାରେ ଟ୍ୟାକ୍ସ ଫାଇଲ କରିବା ସଂଖ୍ୟା ବହୁତ କମ ରହିଛି । ସରକାର ବିଭିନ୍ନ ପ୍ରକାରର ଉଦ୍ୟମ କରୁଥିଲେ ମଧ୍ୟ ଓଭରାଲ ୬ ପ୍ରତିଶତ ଲୋକ ଟ୍ୟାକ୍ସ ଦେଉଛନ୍ତି । ସ୍ୱାଧୀନତା ପରେ ଭାରତର ଦ୍ରୁତ ଉନ୍ନତି ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି । ଗତ ୨ ଦଶନ୍ଧିରେ ପ୍ରତ୍ୟେକ ମାସରେ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.