Latest Odisha News

BREAKING NEWS

ରାଜ୍ୟ ଗ୍ରନ୍ଥାଗାରରେ ପାଠକମାନଙ୍କୁ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଦ୍ୟାର୍ଥୀମାନେ ସମ୍ମୁଖିନ ହେଉଥିବା ସମସ୍ୟା ଓ ସେମାନେ ପରୀକ୍ଷା ପ୍ରଶ୍ନପତ୍ରର ଉତ୍ତର ପ୍ରଦାନ କଲାବେଳେ କରୁଥିବା ତ୍ରୁଟିର ଅବତାରଣା କରି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ମୂଳକ ସେବା ପରୀକ୍ଷାରେ ସଫଳ କରିବାର ପ୍ରୟାସରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ମାର୍ଗଦର୍ଶନ ନିମନ୍ତେ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି ।

ଶୃଙ୍ଖଳିତ ଜୀବନ ଯାପନ ସହ ନିଷ୍ଠାର ସହିତ ବିଭିନ୍ନ ପାଠ୍ୟପୁସ୍ତକ ପଠନ କରିବା ସଙ୍ଗେ ସଙ୍ଗେ ଖବରକାଗଜ ନିରନ୍ତର ପଢ଼ିବା ସହ ବିଦ୍ୟାର୍ଥୀ ଜୀବନ ଏକ ତପସ୍ୱୀର ଜୀବନ ସହ ସମାନ ମନେକରି ପ୍ରତ୍ୟେକ ବିଦ୍ୟାର୍ଥୀ ସୁସ୍ଥ ମାନସିକତାରେ ଅଧ୍ୟୟନ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ ଗ୍ରନ୍ଥାଗାରିକଙ୍କ ସହିତ ପାଠକମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପରିବାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡା,ସଂସ୍କୃତି ଉପ ନିର୍ଦେଶକ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ।

Leave A Reply

Your email address will not be published.