ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ବେଳେ ଏସି କୋଚରେ ଦିଆଯାଉଥିବା କମ୍ବଳକୁ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। ରେଳବାଇର ସୂଚନା ଅନୁସାରେ ଯାତ୍ରା ସମୟରେ ଯେଉଁ ବେଡସିଟ୍ ଏବଂ ତକିଆ କଭର ଦିଆଯାଏ ତାହା ପ୍ରତିଥର ଧୁଆ ହୋଇଥାଏ। ତେବେ ଯାତ୍ରା ସମୟରେ ବ୍ୟବହାର ହେଉଥିବା କମ୍ବଳ କେତେଥର ଧୁଆହୁଏ? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଜବାବ ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ରଖିଛନ୍ତି।
କଂଗ୍ରେସ ସାଂସଦ କୁଲଦୀପ ଇନ୍ଦୌରା ବୁଧବାର ଲୋକସଭାରେ ଏହି ବିଷୟରେ ପ୍ରଶ୍ନ ପଚାରିଥିଲେ। ରେଳବାଇ ସ୍ୱଚ୍ଛତା ମାନଦଣ୍ଡ ଅନୁଯାୟୀ ଯାତ୍ରୀମାନଙ୍କୁ ଶଯ୍ୟା ଯୋଗାଇବା ପାଇଁ ଟଙ୍କା ନେଇଥାଏ।ଇନ୍ଦୌରାଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି ଯେ ଟ୍ରେନ ଯାତ୍ରୀଙ୍କ କମ୍ବଳ ମାସକୁ ଅତି କମରେ ଥରେ ଧୁଆହୋଇଥାଏ।
ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଏକ ଅତିରିକ୍ତ ସିଟ୍ ବେଡ୍ ରୋଲ୍ କିଟ୍ ରେ କ୍ୱିଲ୍ଟ କଭର ଭାବରେ ରହିଛି। ତେବେ ରେଳବାଇ ଦ୍ୱାରା ଯାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା କମ୍ବଳ ହାଲୁକା, ଧୋଇବା ଯୋଗ୍ୟ ଏବଂ ଯାତ୍ରା ସମୟରେ ଆରାମଦାୟକ ଅଟେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଯାତ୍ରୀ ମାନଙ୍କ ପାଇଁ ନୂତନ ଏବଂ ଉନ୍ନତମାନର ଲାଇଲନ୍ ସେଟ୍ ର ବ୍ୟବସ୍ଥା ରହିଛି ଯାହାକି ବିଆଇଏସ୍ ମାନଦଣ୍ଡ ଅନୁଯାୟୀ ସଠିକ ଅଟେ।
ସେ ଆହୁରି କହିଛନ୍ତି ଯେ ସଫା କରିବା ପାଇଁ ସ୍ୱୟଂଚାଳିତ ଲଣ୍ଡ୍ରି ସୁବିଧା, ଉଚିତ ଧୋଇବା ଉପକରଣ, ନିର୍ଦ୍ଦିଷ୍ଟ ଡିଟର୍ଜେଣ୍ଟ ଏବଂ ଲଣ୍ଡ୍ରି ପ୍ରକ୍ରିୟାର ରକ୍ଷଣାବେକ୍ଷଣ ରହିଛି। ଏହାବ୍ୟତୀତ ହ୍ୱାଇଟୋ ମିଟର ଧୋଇଥିବା ଲାଇଲନର ଗୁଣବତ୍ତା ମଧ୍ଯ ଯାଞ୍ଚ କରିଥାଏ।
Comments are closed.