Latest Odisha News

BREAKING NEWS

Mamata Banarjee: ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ ପୁରା ସମ୍ପତ୍ତି କେତେ?

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀ ଅତି ସାଧାରଣ । ସେ ତାଙ୍କ ଯୌବନ କାଳରୁ ରାଜନୀତିରେ କଡା ସଂଘର୍ଷ କରି ସଂଗଠନକୁ ମଜବୁତ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ବହୁତ ସଂଘର୍ଷ କରି ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ଗଡ ଭାଙ୍ଗି ଶାସନଭାର ନେଇଥିଲେ । ଥରେ ନୁହେଁ କି ୨ଥର ନୁହେଁ ୩ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମମତା । ଏହି ୩ ପାଳି ମୁଖ୍ୟମନ୍ତ୍ରୀ ସେ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଘର ନାହିଁ କି ଗାଡି ମଧ୍ୟ ନାହିଁ । ଏପରିକି ଚଳିବା ପାଇଁ ଗୋଟିଏ ଡିସିମିଲ ମଧ୍ୟ ଚାଷ ଜମି ନାହିଁ ।

ମମତା ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶପଥ ପତ୍ରରେ ତାଙ୍କର ମୋଟ ସମ୍ପତ୍ତି ୧୫ ଲକ୍ଷ ୩୭ ହଜାର ଟଙ୍କା ଥିବା ସେ ଘୋଷଣା କରିଛନ୍ତି । ପାଞ୍ଚ ବର୍ଷ ପୂର୍ବେ ତାଙ୍କ ପାଖରେ ୧୬ ଲକ୍ଷ ୭୨ ହଜାର ଟଙ୍କା ଥିଲା ବୋଲି ସେ ଘୋଷଣା କରିଥିଲେ । ସେହି ତୁଳନାରେ ତାଙ୍କ ପାଖରେ ଏଥର ୧ ଲକ୍ଷ ୩ ହଜାର ଟଙ୍କା କମ ରହିଛି ।

ସେହିପରି ମମତା କାହାଠାରୁ କିଛି ଧାର କରଜ କରିନଥିବା କଥା ଘୋଷଣା କରିଛନ୍ତି । ୨୦୨୧ ମସିହାରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ସମାନ ଘୋଷଣା କରିଥିଲେ । ତେବେ କେଉଁଠି କେତେ ସମ୍ପତ୍ତି ଅଛି ଆସନ୍ତୁ ଜାଣିବା । ସତ୍ୟପାଠ ଅନୁସାରେ ମମତା ତାଙ୍କ ପାଖରେ ମୋଟ ୧୫ ଲକ୍ଷ ୩୭ ହଜାର ୫୦୯ ଟଙ୍କା ୭୧ ପଇସା ଥିବା ଦର୍ଶାଇଛନ୍ତି । ୨୦୨୧ ତୁଳନାରେ ଏହା ୧ ଲକ୍ଷ ୩ ହଜାର ଟଙ୍କା କମ ରହିଛି । ତାଙ୍କ ନାଁରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ ବୋଲି ସେ ଦର୍ଶାଇଛନ୍ତି । ଯଦି ମମତାଙ୍କ ସତ୍ୟପାଠକୁ ଦେଖିବା ତେବେ ସେଥିରେ ସେ ପୁରା ଉଲ୍ଲେଖ କରିଛନ୍ତି । ୨୦୨୧ରେ ମମତାଙ୍କ ନଗଦ ବାଲାନ୍ସ ୬୯ ହଜାର ୨୫୫ ଟଙ୍କା ରହିଥିଲା । ଏବେ ତାହା ୭୫ ହଜାର ୭ଶହ ଟଙ୍କାକୁ ବୃଦ୍ଧି ପାଇଛି । ମମତାଙ୍କ ପାଖରେ ୯ ଗ୍ରାମ ୭୫୦ ମିନିଗ୍ରାମ ସୁନା ରହିଛି । ଏହାର ବର୍ତ୍ତମାନ ମୂଲ୍ୟ ୧ ଲକ୍ଷ ୪୫ ହଜାର ଟଙ୍କା ହେବ ।

ମମତାଙ୍କ ସମ୍ପତ୍ତି ଶୁଣିବା ପରେ ସମସ୍ତେ ଚକ୍କିତ ହୋଇଛନ୍ତି । ୩ ଥର ମୁଖ୍ୟମନ୍ତ୍ରୀ ହୋଇମଧ୍ୟ ମମତା ନିଜ ନାଁରେ ସେଭଳି ସମ୍ପତ୍ତି କରିନାହାଁନ୍ତି । ତେବେ ବର୍ତ୍ତମାନ ମମତା ୨୦୨୬ ବିଧାନସଭା ନିର୍ବାଚନରେ କଲିକତାର ଭବାନୀପୁର ଆସନରୁ ଲଢୁଛନ୍ତି । ଏଥିପାଇଁ ସେ ବୁଧବାର ତାଙ୍କର ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନ କମିଶନ ଏହି ସତ୍ୟପାଠକୁ ତାଙ୍କ ୱେବ ସାଇଟରେ ସାର୍ବଜନିନ କରିଛନ୍ତି । ମମତା ସତ୍ୟପାଠରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ଆୟ ଏବଂ ସମ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.