Latest Odisha News

ଅଂଶୁଘାତରୁ ରକ୍ଷାକରେ ପିଆଜ!

ଭୁବନେଶ୍ବର: ପିଆଜ ଶରୀର ପାଇଁ ବେଶ ଉପକାରୀ । ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଖରାଦିନେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଭଲ। ଭାତ/ ରୁଟି ଖାଇବା ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ରାଇତାରେ ପିଆଜ ପକାଇ ଖାଇପାରିବେ। ଏହା ଶରୀର ପାଇଁ ବେଶ ସ୍ବାସ୍ଥ୍ୟକର।

କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନଥାଏ ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ। ଏଥିସହ ଏହି ପିଆଜ ଖାଇଲେ ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଗ୍ରୀଷ୍ମଋତୁରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବଢିଯାଏ। ଏହି ସମସ୍ୟାଥିଲେ ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ଭଲ।

କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଆହୁରି ମଧ୍ୟ ପିଆଜ କର୍କଟ ରୋଗରୁ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରି ପାରିବେ । ଏଥିସହ ସ୍ୟାଣ୍ଡୱିଚ ପ୍ରସ୍ତୁତ କରି କଞ୍ଚା ପିଆଜ ବ୍ୟବହାର କରିପାରିବେ ।

Leave A Reply

Your email address will not be published.