Latest Odisha News

BREAKING NEWS

ଜାଣନ୍ତୁ କିପରି ପାଲେଷ୍ଟାଇନର ‘ଆଜାଦୀ’ର ପ୍ରତୀକ ହେଲା ‘ସ୍ପୁନ୍‌’?

ନୂଆଦିଲ୍ଲୀ: ରିପୋର୍ଟରେ ଦର୍ଶାଯାଇଛି ଯେ ନିକଟରେ ଇସ୍ରାଏଲ୍‌ ଜେଲରୁ ୬ ଜଣ ପାଲେଷ୍ଟାଇନ କଏଦୀ ଚାମଚରେ ସୁଡଙ୍ଗ ତିଆରି କରି ଖସି ପଳାଇଛନ୍ତି। ପରେ, ଇସ୍ରାଏଲ୍ ପଳାୟନ କରିଥିବା କଏଦୀମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିଥିବା ବେଳେ ୨ ଜଣଙ୍କ ସନ୍ଧାନ ଜାରି ରହିଛି।

ଏହି କଏଦୀମାନେ ଖୋଳିଥିବା ସୁଡଙ୍ଗର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାସହିତ ଚମତକାରୀ ଚାମଚକୁ ହାସଟ୍ୟାଗ ଭାବେ ବ୍ୟବହାର କରିଥିଲେ। ତେବେ ଏଥିରେ ଚାମଚ ଏହି ଘଟଣାରେ ସମ୍ପୃକ୍ତ କି ନୁହେଁ ତାହାର ସ୍ପଷ୍ଟତା ଜଣ‌ାନାହିଁ।

କିନ୍ତୁ ପରେ ଖସିଯାଇଥିବା ଜଣେ କଏଦୀଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲ ମହମୁଦ ଅବଦୁଲ୍ଲା ତାଙ୍କୁ କହିଛନ୍ତି ଯେ ସେ ତାଙ୍କ କୋଠରୀରୁ ସୁଡଙ୍ଗ ଖୋଳିବା ପାଇଁ ଚାମଚ, ପ୍ଲେଟ ଏବଂ ଏପରିକି କେଟଲ ହ୍ୟାଣ୍ଡେଲ ବ୍ୟବହାର କରିଥିଲେ।

ଦୁଇ ଜଣ କଏଦୀ ସେମାନଙ୍କ ପଳାୟନ ଉଦ୍ୟମରେ ସଫଳ ହୋଇଛନ୍ତି ଏବଂ ପାଲେଷ୍ଟାଇନର ଲୋକମାନେ ଏହାକୁ ପାଲେଷ୍ଟାଇନ ପାଇଁ ଏକ ‘ବିଜୟ’ ଭାବରେ ବିବେଚନା କରିଛନ୍ତି। ପାଲେଷ୍ଟାଇନ ସମେତ ଆରବ ଦେଶରେ ଅନେକ ଲୋକ ଅନେକ କାର୍ଟୁନ୍ ତିଆରି କରୁଛନ୍ତି ଏବଂ ଏହାକୁ ଇସ୍ରାଏଲର ପରାଜୟ ଏବଂ ପାଲେଷ୍ଟାଇନର ବିଜୟ ବୋଲି କହିଛନ୍ତି। ଏହି ଚାମଚକୁ ଆଜାଦୀର ଚାମଚ ବୋଲି କୁହାଯାଉଛି।

Leave A Reply

Your email address will not be published.