Latest Odisha News

ଦେଶରେ ନିର୍ମାଣ ହେବ ପ୍ରଥମ ବୈଦ୍ୟୁତିକ ରାଜପଥ!

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଏକ ବୈଦ୍ୟୁତିକ ରାଜପଥ ନିର୍ମାଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଏ ବାବଦରେ କହିଛନ୍ତି ଯେ ସେ ଏକ ବିଦେଶୀ କମ୍ପାନୀ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି।

ଗୁରୁବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ୍ର ଅଗ୍ରଗତି ସମୀକ୍ଷା କରୁଥିବାବେଳେ ଗଡକରୀ କହିଛନ୍ତି, “ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଏକ ବୈଦ୍ୟୁତିକ ରାଜପଥ ନିର୍ମାଣ କରିବା ମୋର ସ୍ୱପ୍ନ। ଏହା ଏପର୍ଯ୍ୟନ୍ତ ଏକ ପ୍ରସ୍ତାବିତ ପ୍ରକଳ୍ପ। ଆମେ ଏକ ବିଦେଶୀ କମ୍ପାନୀ ସହ ଆଲୋଚନା କରୁଛୁ”। ବୈଦ୍ୟୁତିକ ରେଳ ଇଞ୍ଜିନ୍, ବସ୍ ଏବଂ ଟ୍ରକ୍ ମଧ୍ୟ ବିଦ୍ୟୁତ୍ ଦ୍ୱାରା ଚାଳିତ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାରକୁ ବନ୍ଦ କରିବା ପାଇଁ ସେ ଏକ ସଂକଳ୍ପ ନେଇଛନ୍ତି ବୋଲି ଗଡକରୀ କହିଛନ୍ତି।

 

Leave A Reply

Your email address will not be published.