ଭୁବନେଶ୍ବର: ନିଜର ବିବାହକୁ ସମସ୍ତେ ସ୍ମରଣୀୟ କରିବା ପାଇଁ ଚାହିଁ ଥାଆନ୍ତି । ଆଜିର ଦିନରେ ସମୟର ଅଭାବ ସାଙ୍ଗକୁ ମହତ୍ୱାକଂକ୍ଷା ଅଧିକ ହୋଇଥିବାରୁ ୱେଡିଙ୍ଗ ପ୍ଲାନରଙ୍କ ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ୱେଡିଙ୍ଗ ପ୍ଲାନର ହିସାବରେ କ୍ୟାରିଅର ଗଢିବା ଆଜିର ଯୁବବର୍ଗଙ୍କ ପାଇଁ ଲାଭଦାୟକ ହେବ ।
ୱେଡିଙ୍ଗ ପ୍ଲାନରଙ୍କ ଭୂମିକା- ୱେଡିଙ୍ଗ ପ୍ଲାନର ବାହଘରର ନିମନ୍ତ୍ରଣ କାର୍ଡର ଡିଜାଇନ୍ ଠାରୁ ଆରମ୍ଭ କରି ଉପହାର ପେକିଙ୍ଗ୍ ସହ ବିବାହର ସ୍ଥାନ ଚୟନ ସାଙ୍ଗକୁ ବରଯାତ୍ରୀଙ୍କ ସ୍ୱାଗତର ଦାୟିତ୍ୱ ସମ୍ଭାଳି ଥାଏ । ଗ୍ରାହକ କ’ଣ ଚାହୁଁଛି ପ୍ରଥମେ ବୁଝି ଥାଏ । ତା’ ପରେ କାମ ଆରମ୍ଭ କରିଥାଏ ୱେଡିଙ୍ଗ ପ୍ଲାନର୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ବଜେଟ୍ ଯେତିକି ବି ହେଉ ନା କାହିଁକି ଗ୍ରାହକକୁ ସର୍ବୋତ୍ତମ ସେବା ଯୋଗେଇ ଦେବା । ୱେଡିଙ୍ଗ ପ୍ଲାନର୍ ହେବା ପାଇଁ ରଚନାତ୍ମକ ଗୁଣ ସହ ଦୂରର୍ଦଶିତା ଗୁଣ ମଧ୍ୟ ଥିବା ଦରକାର । ଏହାସହ ଯୋଜନା ବନେଇବାର କ୍ଷମତା ଥିବା ମଧ୍ୟ ଆବଶ୍ୟକ । ବଜାରରେ କି କି ଟ୍ରେଣ୍ଡ ଚାଲୁଛି ସେ ବିଷୟରେ ଜାଣି ଥିବା ଜରୁରୀ । ଏହି କ୍ଷେତ୍ରରେ ସଫଳ ହେବା ପାଇଁ ଲୋକ ସଂପର୍କ ମଧ୍ୟ ଭଲ ରଖିବାକୁ ପଡିଥାଏ ।
ଯୋଗ୍ୟତା- ୱେଡିଙ୍ଗ ପ୍ଲାନିଙ୍ଗ୍ ବା ଇଭେଣ୍ଟ ମ୍ୟାନେଜ୍ମେଣ୍ଟ୍ରେ ସ୍ନାତ୍ତକ ବା ଡିପ୍ଲୋମା ଆବଶ୍ୟକ । ୱେଡିଙ୍ଗ ପ୍ଲାନିଙ୍ଗ୍ ବା ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ୍ ପାଠ୍ୟକ୍ରମ ଦ୍ୱାଦଶ ଶ୍ରେଣୀ ପରେ କରିପାରିବେ । ଏହି ପ୍ରୋଫେସନ୍ରେ ଭଲ ଟଙ୍କା ରୋଜଗାର କରି ପାରିବେ । ଗ୍ରାହକଙ୍କ ମନ ମୁତାବକ କାମ ଯୋଗେଇ ପାରିଲେ ଲକ୍ଷ ଟଙ୍କା ରୋଜଗାର କରି ହେବ । ଏହି କ୍ଷେତ୍ରରେ କାମ କରିବା ପାଇଁ କୌଣସି ବୟସସୀମା ନଥାଏ । ଯାହା ଲାଭଦାୟକ ଅଟେ । କୌଣସି ୱେଡିଙ୍ଗ ପ୍ଲାନର୍ କମ୍ପାନୀ ସହ କାମ କରି ପ୍ରଥମେ କାର୍ଯ୍ୟ ଅନୁଭବ ପ୍ରାପ୍ତ କରନ୍ତୁ । ବେଳେ ୱେଡିଙ୍ଗ ପ୍ଲାନର୍ଙ୍କୁ ୧୪/୧୫ ଘଣ୍ଟା କାମ କରିବାକୁ ପଡିଥାଏ । ଏଥିପାଇଁ ସର୍ବଦା ପ୍ରସ୍ତୁତ ରୁହନ୍ତୁ ।
ଆବଶ୍ୟକତା- ୱେଡିଙ୍ଗ ପ୍ଲାନର୍ କାମ ପ୍ରଥମେ ଛୋଟ ସ୍ତରରୁ ଆରମ୍ଭ କରାଯାଇ ପାରିବ । ବଡ ଅଫିସ୍ ରୁମ୍ର ଆବଶ୍ୟକତା ନାହିଁ । ନିଜ ଘରୁ ଏହି କାମ କରି ପାରିବେ । ଏଥି ପାଇଁ କେବଳ ଲୋକ ସଂପର୍କ ଥିବା ଆବଶ୍ୟକ । ୱେଡିଙ୍ଗ୍ ପ୍ଲାନର୍କୁ ଗୋଟିଏ ଭଲ ଫୋନ୍ ଓ ଇଣ୍ଟ୍ରନେଟ୍ ଥିବା କମ୍ପ୍ୟୁଟର ସୁବିଧା ଥିବା ଜରୁରୀ ।
ୱେଡିଙ୍ଗ୍ ପ୍ଲାନିଙ୍ଗ୍ / ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କୋର୍ସ କରିବା ପାଇଁ କେଉଁଠି ପଢିବେ-
-ପ୍ରେସ୍ଟିଜ୍ ଇଂଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜ୍ମେଣ୍ଟ୍ ଏଣ୍ଡ ରିସର୍ଚ୍ଚ, ଇନ୍ଦୋର
-ପୁନେ ବିଶ୍ୱବିଦ୍ୟାଳୟ, ପୁନେ
-ସେଣ୍ଟ୍ ଜେଭିୟର୍ସ କଲେଜ, ମୁମ୍ବାଇ
-ବିଶ୍ୱକର୍ମା ଗ୍ଲୋବାଲ୍ ବିଜନେସ୍ ସ୍କୁଲ୍, ପୁନେ
-ଦ ୱେଡିଙ୍ଗ୍ ଏକାଡେମୀ, ମୁମ୍ବାଇ
– ଇଂଷ୍ଟଚ୍ୟୁଟ୍ ଅଫ୍ ୱେଡିଙ୍ଗ୍ ପ୍ଲାନିଙ୍ଗ୍
-ଆଇଏଏମ୍ଏସ୍,ଆଇଏଫ୍ଜଡେୀ, ନୋଏଡା
-ଜାମିୟା ମିଲିୟା ଇସ୍ଲାମିୟା,ନୂଆ ଦିଲ୍ଲୀ
-ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀ