Latest Odisha News

BREAKING NEWS

ପୋଡିଯାଇଥିବା କଡେଇକୁ କିପରି କରିବେ ଚକାଚକ୍, ଜାଣନ୍ତୁ ଟିପ୍ସ

ଭୁବନେଶ୍ଵର: ଘରେ ଖାଇବା ପ୍ରସ୍ତୁତ କରିବା ସମୟରେ ଅନେକ ଲୋକ କଡେଇ ତ ବ୍ୟବହାର ନିଶ୍ଚୟ କରୁଥିବେ । ବେଳେ ବେଳେ ଏପରି ହୁଏ ଯେ ରୋଷେଇ କରୁଥିବା ବେଳେ ଖାଦ୍ୟ ପୋଡିଯାଏ । ଯାହାଦ୍ଵାରା ରନ୍ଧା ଯାଉଥିବା କଡେଇ ମଧ୍ୟ ପୋଡି କଳା ପଡିଯାଏ । ସେହିପରି ସବୁଦିନ ଗୋଟେ କଡେଇରେ ଖାଦ୍ୟ ରାନ୍ଧିବା ଦ୍ଵାରା ତାହା କିଛି ଦିନ ପରେ କଳା ଦେଖାଯାଏ । ଏହାକୁ ସଫା କରିବାକୁ ଅନେକ କଷ୍ଟ ମଧ୍ୟ କରିବାକୁ ପଡେ । ତଥାପି ଏହା ଭଲ ଭାବରେ ସଫା ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଘରୋଇ ଉପାୟରେ ଆପଣ ସହଜରେ କିପରି ଏହି ପୋଡିଯାଇଥିବା କଳା କଡେଇକୁ ସହଜରେ ସଫା କରି ଚକାଚକ୍ କରିପାରିବେ ।

ପୋଡି ଯାଇଥିବା କଳା କଡେଇକୁ ସଫା କରିବାକୁ ଆପଣ ଲେମ୍ଵୁ ରସର ବ୍ୟବହାର କରିପାରିବେ । ଲେମ୍ବୁ ରସକୁ ଅଳ୍ପ ପାଣିରେ ମିଶାଇ ଆପଣ କଡେଇକୁ ସଫା କରିପାରିବେ । ଯଦି ଆପଣଙ୍କ କଡେଇ ଅଧିକ ପୋଡି କଳା ଦେଖାଯାଇଛି ଓ ତାହାକୁ ସଫା କରିବାକୁ ଅଧିକ କଷ୍ଟ କରିବାକୁ ପଡୁଛି ତେବେ ଆପଣ ଅଧ ଚାମଚ କାସ୍ଟିକ ସୋଢା କଡେଇ ଉପରେ ପକାନ୍ତୁ । ଏହାପରେ ଧିରେ ଧିରେ କଡେଇକୁ ଘଷନ୍ତୁ । ୫ମିନିଟ ଧରି ତାକୁ ଏପରି ଭଲ ଭାବରେ ଘସିବା ଦ୍ଵାରା ଦେଖିବେ ଆପଣଙ୍କ କଡେଇ ପୁରା ଚକାଚକ୍ ଦିଶିବ ।

ବେକିଙ୍ଗ ସୋଢା ଏବଂ ଲେମ୍ବୁକୁ ଏକାଠି ମିଶାଇ ଆପଣ କଡେଇକୁ ମଧ୍ୟ ସଫା କରିପାରିବେ । ଏହାଦ୍ଵାରା କଡେଇରୁ ଚୁଟକିରେ ସବୁ ଦାଗ ଛାଡିଯିବ । ଏହା ସବୁଠାରୁ ଭଲ ଘରୋଇ ପ୍ରଣାଳି । କଡେଇକୁ ଭଲ ଭାବରେ ଗରମ କରନ୍ତୁ । ଏହା ଉପରେ ବେକିଙ୍ଗ ସୋଢା ଏବଂ ଲେମ୍ବୁ ପକାନ୍ତୁ । ଏହାପରେ କଡେଇକୁ ଭଲ ଭାବରେ ଘସନ୍ତୁ । ଏହା ପରେ ସଫା ପାଣିରେ ତାହାକୁ ଭଲ ଭାବରେ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ କଡେଇ ପୁରା ଚିକଚିକ କରିବ । ସେହିପରି ବେକିଙ୍ଗ ସୋଢା ଏବଂ ଭିନେଗାରକୁ ଯଦି ଆପଣ କଡେଇରେ ପକେଇ ସଫା କରିବେ ତେବେ ମଧ୍ୟ ଆପଣଙ୍କ କଡେରୁ ସବୁ ପୋଡା ଦାଗ ଛାଡିଯିବ । ଏବଂ ଆପଣଙ୍କ କଡେଇ ଭଲ ଭାବରେ ସଫା ହୋଇଯିବ ।

Leave A Reply

Your email address will not be published.