Latest Odisha News

BREAKING NEWS

ତୁଚ୍ଛ ହେଲା ଚାକିରିଆ ବର: ଖୁସିରେ ଖୁସିରେ ପ୍ରେମିକା ଆପଣାଇନେଲା ବେରୋଜଗାରିଆ ବର

ପାଟଣା: ବିବାହ ପାଇଁ ଆଜିକାଲି କେତେ ବାଛ ବିଚାର ରହୁଛି। ଖାସ କରି କନ୍ୟାପକ୍ଷ ଦେଖନ୍ତି ତାଙ୍କ ଝିଅ ଯେଉଁଠି ବିବାହ କରିବ ସେ ରାଣୀ ହୋଇ ରହୁ। ଧନ ଦୌଲତ ଭର୍ତ୍ତି ହୋଇ ରହୁ। ଆଉ ପୁଅ ଜଣଙ୍କ ମୋଟା ଅଙ୍କର ରୋଜଗାର କରୁଥିବା ଆବଶ୍ୟକ କରନ୍ତି। କିନ୍ତୁ ବିହାରରେ ଘଟିଥିବା ଏକ ଘଟଣା ସମ୍ପୂର୍ଣ୍ଣ ଓଲଟା। ଜଣେ ଝିଅ ତାର ଭଲ ପାଇବାକୁ ପାଇବା ପାଇଁ ଘର ଠିକ୍ କରିଥିବା ବିବାହକୁ ଭାଙ୍ଗିଛି। ଆଉ ପୁଅ ବେରୋଜଗାର ହୋଇଥିଲେ ମଧ୍ୟ ସେଠାରେ ସେ ସୁରକ୍ଷିତ ରହିବ ଚିନ୍ତା କରି ପ୍ରେମିକକୁ ଆପଣାଇ ନେଇଛି।

ବିହାରର ତେତରିଆ ଗାଁର ଜଣେ ମହିଳା ବିବାହର ସପ୍ତାହକ ପୂର୍ବରୁ ତାଙ୍କ ଘର ଲୋକ ତାଙ୍କ ପାଇଁ ଠିକ କରିଥିବା ଜଣେ ବ୍ୟକ୍ତିଙ୍କ ସହ ବିବାହ କରିବାର ସପ୍ତାହକ ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ବିବାହ କରିଛନ୍ତି।

ବର୍ଷା କୁମାରୀ ନାମକ ଏହି ଯୁବତୀ ଜଣକ ଜଣେ ଚାକିରି କରୁଥିବା ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ତାଙ୍କ ପରିବାରର ଇଚ୍ଛାକୁ ଅଣଦେଖା କରି ଉମେଶ ଯାଦବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବର୍ଷାଙ୍କ ପରିବାର ଲୋକେ ଉମେଶଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ମଧ୍ୟ ସେ ବେରୋଜଗାର ଥିବାରୁ ସେମାନଙ୍କ ମିଳନକୁ ବିରୋଧ କରିଥିଲେ।

ମୁଙ୍ଗେର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପରିବାର ତାଙ୍କର ବିବାହ ସ୍ଥିର କରିଥିଲେ। ଏହି ବିବାହ ମାର୍ଚ୍ଚ ୧୧ ତାରିଖରେ ହେବାର ଥିଲା।

ତେବେ ବିବାହର ୭ ଦିନ ପୂର୍ବରୁ ବର୍ଷା କୁମାରୀ ଓ ତାଙ୍କ ପ୍ରେମିକ ଉମେଶ ଯାଦବ ଏକ ମନ୍ଦିରରେ ବିବାହ କରି ତାଙ୍କ ଘରେ ରହିବା ଆରମ୍ଭ କରିଥିଲେ।

ଏହାପରେ ବର୍ଷାଙ୍କ ପରିବାର ଲୋକେ ପୁଲିସ ସହ ତାଙ୍କ ଶ୍ୱଶୁର ଘରେ ପହଞ୍ଚି ଦମ୍ପତିଙ୍କୁ ଥାନାକୁ ନେବାକୁ ଚେଷ୍ଟା କରିଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରାଉ କରିବାରୁ ଦମ୍ପତିଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ।

ଗ୍ରାମବାସୀଙ୍କ ବୁଝାସୁଝା ପରେ ଦମ୍ପତି ଥାନାକୁ ଯିବାକୁ ରାଜି ହୋଇଥିଲେ। ପୋଲିସ ଦମ୍ପତିଙ୍କ ଠାରୁ ଲିଖିତ ଆବେଦନ ନେଇ ସେମାନଙ୍କୁ ଉମେଶ ଯାଦବଙ୍କ ଘରକୁ ପଠାଇଦେଇଛି। ଉମେଶଙ୍କ ପରିବାର ଲୋକେ ସେମାନଙ୍କୁ ଘରକୁ ନେବାକୁ ଆସିଥିବା ବେଳେ ବର୍ଷାଙ୍କ ପରିବାର ଲୋକେ ଥାନାରୁ କୁଆଡେ ପଳାଇଯାଇଥିଲେ।

Leave A Reply

Your email address will not be published.