ଭୁବନେଶ୍ବର: ଘରେ ଗହଣାମାନ ରହ ରହିି ସେଥିରେ ମଇଳା ଜମି ଯାଇଥାଏ । ତେବେ ଗହଣାକୁ ଦୋକାନକୁ ନେଇ ସଫା କରିବା ଦ୍ୱାରା ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଗହଣାକୁ ନିଜେ ଘରେ ସଫା କରିବା ଉପାୟ ଆପାଣନ୍ତୁ ଓ ବେଶୀ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଗହଣାକୁ ସଫା କରିବା ଓ ତାହାର ଯତ୍ନ ନେବା
୧.ସୁନା ଗହଣା-
-ସୁନା ଗହଣା ସଫା କରିବା ପୂର୍ବରୁ ପ୍ରଥମେ ପତଳା କପଡାରେ ଗହଣାକୁ ପୋଛି ଦିଅନ୍ତୁ । ତା’ପରେ ହଳଦୀ ଗୁଣ୍ଡ କପଡାରେ ନେଇ ଆରମରେ ଧୀରେ ଧୀରେ ଘଷନ୍ତୁ । ଏହା ପରେ ପାଣିରେ ଗହଣାକୁ ଧୋଇକି ପୋଛି ଦିଅନ୍ତୁ ।
– ଆହୁରୀ ମଧ୍ୟ ସୁନା ଗହଣାକୁ ପ୍ରଥମେ ଫିଟିକିରୀ ପାଣିରେ ଧୋଇ, ପରେ ତେନ୍ତୁଳି ରସରେ ଘଷି ଧୋଇଲେ ଗହଣା ନୂଆ ଭଳି ଚକ୍ ଚକ୍ କରେ ।
-ପ୍ରଥମେ ରିଠା ଫଳକୁ ଗରମ ପାଣିରେ ପକାଇ ତା’ର ରସ ବାହାର କରନ୍ତୁ । ତା’ପରେ ସେହି ରସରେ ସାରା ରାତି ସୁନା ଗହଣାକୁ ଭିଜେଇ ରଖନ୍ତୁ । ସକାଳକୁ ବ୍ରସ୍ ସାହାଯ୍ୟରେ ଗହଣାକୁ ସଫା କରନ୍ତୁ । ଗହଣାଟି ଚକ୍ଚକ୍ କରିବ ।
୨.ରୂପା ଗହଣା
– ରୂପାର ତାରକସି କାମରେ ମଇଳା ଜମିଥାଏ । ସୋଡିୟମ୍ ବାଇକାର୍ବୋନେଟ୍ ମିଶ୍ରଣରେ ରୂପା ଗହଣାକୁ ୪ଘଣ୍ଟା ବୁଡାଇ ରଖନ୍ତୁ । ତାପରେ ଗହଣାକୁ ବ୍ରସ୍ରେ ଘଷି ଘଷି ସଫା କରନ୍ତୁ ।
– ଚାନ୍ଦିର ଗହଣା ଓ ଛୋଟଛୋଟ ପାତ୍ରକୁ ସଫା କରିବା ପାଇଁ ଗୋଟେ ପାତ୍ରରେ ପାଣି,୧ଚାମଚ ଲୁଣ ଓ ଏକ ଚାମଚ ଖାଇବା ସୋଡା ପକାଇ ମିଶ୍ରଣକୁ ଗରମ କରନ୍ତୁ ।୫ମିନିଟ୍ ପରେ ଗହଣା ଓ ପାତ୍ର ଗୁଡିକୁ କାଢି ସାବୁନ ପାଣିରେ ଧୋଇ ପୋଛି ନିଅନ୍ତୁ ।
-ଛେନା ପାଣିରେ ଅଧଘଣ୍ଟା ରୂପାର ଗହଣାକୁ ବତୁରାଇ ବ୍ରସ୍ରେ ଘଷି ସଫା କରନ୍ତୁ ।
-ରୂପା ଗହଣା ବକ୍ସରେ ୨/୩ଟି କର୍ପୁର ଖଣ୍ଡ ରଖି ଦିଅନ୍ତୁ । ରୂପା ଗହଣା କଳା ପଡିବ ନାହିଁ ।
୩.ମୋତି ଗହଣା
-ମୋତି ଗହଣାକୁ ସଫା କରିବାକୁ ତୁଳାରେ ସ୍ପିରିଟ୍ ଲଗାଇ ହାଲ୍କା ଭାବରେ ଘଷନ୍ତୁ । ତା’ପରେ ସଫା କନାରେ ପୋଛି ବ୍ୟବହାର କରନ୍ତୁ ।
୪.ହୀରା ଗହଣା
-ରିଠା ଫଳରେ ହୀରା ଗହଣାକୁ ସଫା କରନ୍ତୁ । ଦେଖିବେ ଏହା ଚକ୍ଚକ୍ କରିବ ।
-ହୀରା ଗହଣାକୁ ଟୁଥ୍ପେଷ୍ଟରେ ସଫା କରି ପାରିବେ ।
-ଅଧିକ ମଇଳା ଜମିଥିବା ହୀରା ଗହଣାକୁ ପ୍ରଥମେ ନରମ ସାବୁନ୍ ପାଣିର ମିଶ୍ରଣରେ ବତୁରାଅନ୍ତୁ । ତାପରେ ସେହି ଗହଣାକୁ ସାବୁନ୍ ପାଣିରୁ କାଢି ଟୁଥ୍ପେଷ୍ଟରେ ହାଲ୍କା କରି ସଫା କନାରେ ପୋଛି ଦିଅନ୍ତୁ ।
୫.କ୍ରିଷ୍ଟାଲ୍ ମାଳି
-ଲୁଗା ସଫା ପାଉଡରକୁ ଥଣ୍ଡା ପାଣିରେ ପକାନ୍ତୁ ଓ ସେଥିରେ ୫ବୁନ୍ଦା ଆମୋନିଆ ପକାନ୍ତୁ । ସେହି ମିଶ୍ରଣରେ କ୍ରିଷ୍ଟାଲ୍ ମାଳିକୁ ରାତିରେ ବୁଡାଇ ରଖନ୍ତୁ । ସକାଳୁ ମାଳିକୁ ଧୋଇ ପୋଛି ଦିଅନ୍ତୁ ।
Comments are closed.