Latest Odisha News

BREAKING NEWS

କିପରି କରିବେ ନିଜ ମନକୁ ଆୟତ୍ତ…

ଭୁବନେଶ୍ୱର: ମନକୁ ଜୟ କରିବା ନିମନ୍ତେ ୫ଟି ମୁଖ୍ୟ ପ୍ରୟୋଗ କରାଯାଇଥାଏ । ଅନ୍ୟାନ୍ୟ ସାଧନା ଏହି ୫ଟି ପ୍ରୟୋଗ ଭବା ବା ବିଭକ୍ତ ନିମନ୍ତେ ଉଦ୍ଦିଷ୍ଟ ।

ସଠିକ୍ ଜ୍ଞାନ: ପ୍ରକୃତି ସମାଜ ଚଳଣି ଆବଶ୍ୟକତା, ଇନ୍ଦ୍ରିୟଗୁଡିକର ପ୍ରଭାବ ଆଦି ମନକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି , ଏସବୁ ପଠନ, ମନନ, ସତସଙ୍ଗ ପର୍ଯ୍ୟବେକ୍ଷଣ ଓ ଚିନ୍ତନରୁ ଲାଭ ହୋଇଥାଏ । ଉପରୋକ୍ତ ସାଧନରୁ ପ୍ରାପ୍ତ ଜ୍ଞାନ ମନ ମଧ୍ୟରେ ସୁଦୃଢ ହେଲେ ତାର ପ୍ରଭାବ ମନ ଉପରେ ଆପେ ପଡିଥାଏ ।

ବିବେକ ଜାଗ୍ରତ: ମନ ଇନ୍ଦ୍ରିୟଗୁଡିକର ବଶ। ତେଣୁ ଚଞ୍ଚଳ ହୋଇ ଏହା ଅଧିକାଂଶ ସମୟରେ ଭୁଲ ଦିଗକୁ ଚାଲିଯାଇଥାଏ । ଏଥିନିମନ୍ତେ ନିଜକୁ ବା ନିଜ ବିବେକକୁ ସର୍ବଦା ଜାଗ୍ରତ ରଖିବାକୁ ପଡେ । ମନ କେଉଁଠି ଟିକେ ଭୁଲ ବାଟକୁ ଗଲେ ଏହା ତାକୁ ବାରଣ କରିଥାଏ । ଫଳରେ ମନ ପୁଣି ନିଜ ରାସ୍ତାକୁ ଫେରିଆସେ ।

ବାରମ୍ବାର ବୁଝାଇବା: ଏହା ଏକ ଶକ୍ତିଶାଳୀ ସାଧନା । ମନକୁ ଗୋଟିଏ କଥା ବାରମ୍ବାର କୁହାଗଲେ ଏହା ମନରେ ପଶି ବସା ବାନ୍ଧିବ । ଅଭ୍ୟାସ ବ୍ୟବହାରରେ ପରିଶତ ହୋଇ ପ୍ରକୃତିଗତ ହେବ । ଏଥିପାଇଁ ମୁନିଋଷି  ମାନେ ଦେବ ମାଧ୍ୟମରେ ଅନେକ ମନ୍ତ୍ର ଦେଇଛନ୍ତି ଯାହାକୁ ଚିନ୍ତା ତଥା ଆବୃତ୍ତି କରିବା ଉଚିତ୍ ।

ଆବଶ୍ୟକତାକୁ କମ୍ କରିବା:  ଆମେ ପ୍ରତିଦିନ ଆବଶ୍ୟକତାକୁ ବଢାଇ ଚାଲିଛୁ । ଆସା ଓ ଆବଶ୍ୟକତାକୁ ଅଯଥା ବଢାଇ ମନସ୍ଥିର ହେବା ପରିବର୍ତ୍ତେ ଅସ୍ଥିର ହୋଇ ସବୁପ୍ରାକାର ବିଭ୍ରାନ୍ତି, ଚାପ ତଥା ବିଷାଦଗ୍ରସ୍ତ ହୋଇ ଦୁର୍ବଳ ହେବା ସହ ବିକୃତି ସୃଷ୍ଟି କରିଥାଏ ।

ମାନସିକ ସାଧନା: ଏହି ଉପାୟଟି ମଣିଷ ପାଇଁ ସବୁଠାରୁ ଉପଯୋଗୀ । ମନରେ କ’ଣ ଅଛି ତାହା ସଠିକ୍ ଭାବେ ଜାଣିବା ଓ ମନରେ କିଛି ପରିବର୍ତ୍ତନ ନିମନ୍ତେ ମନକୁ ସଜାଡିବା ନିମନ୍ତେ ମନର ସମସ୍ତସ୍ତରକୁ ଯିବାକୁ  ହେବ ।

Comments are closed.