ଭୁବନେଶ୍ବର: ଯଦି ଆପଣଙ୍କର ଆରଡି ଆକାଉଣ୍ଟ ପୋଷ୍ଟ ଅଫିସରେ ଅଛି, ଆପଣଙ୍କୁ ଟଙ୍କା ଜମା କରିବାକୁ ପୋଷ୍ଟ ଅଫିସ୍ ଯିବାକୁ ପଡୁଥିବ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ।
ହଁ , ଆଜ୍ଞା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆପ୍ ମାଧ୍ୟମରେ ଆପଣ ପୋଷ୍ଟ ଅଫିସ୍ ଆରଡି ରେ ଅନଲାଇନରେ ଟଙ୍କା ଜମା କରିପାରିବେ | ଆପଣଙ୍କର ମାସିକ କିସ୍ତିକୁ ଏହି ଆପ୍ ଜରିଆରେ ଆରଡି ଖାତାକୁ ଟ୍ରାନ୍ସଫର କରିପାରିବେ ।
-ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ IPPB ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରନ୍ତୁ
– DOP ପ୍ରଡକ୍ଟ ଟ୍ୟାବକୁ ଯାଆନ୍ତୁ ଏବଂ ରିକ୍ୟୁରିଙ୍ଗ ଡିପୋଜିଟ୍ ଚୟନ କରନ୍ତୁ
– ଆରଡି ଆକାଉଣ୍ଟ ନମ୍ବର ଏବଂ ତାପରେ DOP କଷ୍ଟମର ଆଇଡି ଲେଖନ୍ତୁ
-କିସ୍ତି ଅବଧି ଏବଂ କେତେ ଟଙ୍କା ଜମା କରିବେ ଟାଇପ୍ କରନ୍ତୁ
-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆପଣଙ୍କୁ ଆଇପିପିବି ଆପ୍ ମାଧ୍ୟମରେ କରାଯାଇଥିବା ପେମେଣ୍ଟ ଟ୍ରାନ୍ସଫର ପାଇଁ ସୂଚିତ କରିବ ।
ଆରଡି କଣ:- ରିକ୍ୟୁରିଙ୍ଗ ଡିପୋଜିଟ୍ କିମ୍ବା RD ଆପଣଙ୍କୁ ଭଲ ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ | ଆପଣଙ୍କ ଦରମା ଆସିଲେ କିଛି ଟଙ୍କା ଆରଡି ରେ ଜମା କରିବେ ଓ ଏହାର ସମୟ ଅବଧି ପୂର୍ଣ ହେବା ପରେ ଆପଣଙ୍କ ହାତକୁ ଭଲ ରାଶି ଆସିଯିବ । କାରଣ ଇଣ୍ଡିଆ ପୋଷ୍ଟ ଆରଡିରେ ୫.୮% ସୁଧ ଦିଏ ।
ଆପଣ ଶହେ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ। ସର୍ବାଧିକ ଜମା ରାଶି ଉପରେ କୌଣସି ସୀମା ନାହିଁ ।
Comments are closed.