Latest Odisha News

BREAKING NEWS

ଘରେ ପେଡିକ୍ୟୁର୍ କରିବାର ସହଜ ଉପାୟ, ଜାଣନ୍ତୁ

ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ମହିଳାଙ୍କୁ ଅଫିସ ତଥା ଘର କାର୍ଯ୍ୟରୁ ଫୁରସତ ମିଳୁନାହିଁ । ଫଳରେ ସେ ନିଜ ତଥା ନିଜ ସୌନ୍ଦର୍ଯ୍ୟର ଯତ୍ନ ଠିକ୍ ଭାବେ ନେଇପାରିନଥାନ୍ତି । କେହିକେହି ଫେସିଆଲ୍, ପେଡିକ୍ୟୁର, ମେନିକ୍ୟୁର କରିବା ପାଇଁ ସମୟ ଅଭାବରୁ ପାର୍ଲର ମଧ୍ୟ ଯାଇପାରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ ପେଡିକ୍ୟୁର କରିିବା ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ , ସାଧାରଣ କିଛି ଟିପ୍ସ ଆପଣେଇ ଘରେ ବସି ପେଡିକ୍ୟୁର ମାଧ୍ୟମରେ ନିଜ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ ।

ଜାଣନ୍ତୁ କିଛି ଟିପ୍ସ୍

ଆବଶ୍ୟକୀୟ ସାମଗ୍ରୀ- ପେଡିକ୍ୟୁର କରିବା ପାଇଁ ଦରକାରୀ ଆବଶ୍ୟକୀୟ ସାମଗ୍ରୀ ଆଣନ୍ତୁ । ଯେପରିକି ଗରମ ପାଣି, ନେଲ୍ ଫାଇଲର୍, ନେଲ୍ କ୍ଲିପରସ୍, ନେଲ ବଫର୍, ଫ୍ୟୁମିସ ଷ୍ଟୋନ୍, ବେସ୍ କୋଟ ଓ ନିଜ ପସନ୍ଦର ନେଲ ପଲିସ ଏବଂ ଏହାଛଡା ପାଦର ମସାଜ ପାଇଁ ଲୋସନ୍ ଓ ଗରମ ପାଣିରେ ପକାଇବା ପାଇଁ ବାଥ୍ ସଲ୍ଟ ।

ନେଲ୍ ପଲିସ୍ ସଫା କରନ୍ତୁ– ଯଦି ଆପଣଙ୍କ ନଖରେ ପୂର୍ବରୁ ନେଲ୍ ପଲିସ୍ ଲାଗିଥାଏ ତେବେ ପ୍ରଥମେ ନେଲ ରିମୁଭର୍ ସାହାର୍ଯ୍ୟରେ ତାକୁ ସଫା କରନ୍ତୁ ।

ନଖକୁ କାଟନ୍ତୁ ଓ ଫାଇଲ କରନ୍ତୁ- ଏବେ ଆପଣ ନେଲ କ୍ଲିପର୍ସ ସାହାର୍ଯ୍ୟରେ ନଖ କାଟନ୍ତୁ ଓ ଫାଇଲ ଦ୍ୱାରା ନଖକୁ ସୁନ୍ଦର ଭାବେ ଏକ ଭଲ ସେପ୍ ଦିଅନ୍ତୁ । ଏପରି କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ଯେପରି ନଖକୁ ଗୋଲାକାର ସେପରେ ନ କାଟନ୍ତି।

ପାଦକୁ ସଫା କରନ୍ତୁ- ବର୍ତ୍ତମାନ ପ୍ୟୁମିସ୍ ଷ୍ଟୋନ୍ ସାହାର୍ଯ୍ୟରେ ଗୋଇଠିକୁ ସଫା କରନ୍ତୁ । ଏହାଦ୍ୱାରା ଗୋଇଠିରୁ ଶୁଷ୍କ ଓ ଶକ୍ତ ତ୍ୱଚା ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ ଓ ଗୋଇଠି କୋମଳ ଲାଗିବ । ପାଦକୁ ସଫା କରିବା ପାଇଁ ଫୁଟ୍ ସ୍କ୍ରବ୍ ବା ସାବୁନର ବ୍ୟବହାର କରିପାରିବେ।

ପାଦର ମସାଜ କରନ୍ତୁ- ପାଦକୁ ସଫା କରିସାରିଲା ପରେ ଭଲଭାବେ ପୋଛି ଦିଅନ୍ତୁ ଓ ଏହାପରେ ଲୋଶନ୍ ଦ୍ୱାରା ପାଦ ତଥା ପାଦର ତଳ ପାଶ୍ୱର୍ରେ ଭଲଭାବେ ମସାଜ କରନ୍ତୁ। ଯାହାଦ୍ୱାରା ପାଦକୁ ଆରାମ ମିଳିବ ଓ ରକ୍ତ ସଂଞ୍ଚାଳନ ଭଲ ଭାବେ ହୋଇପାରିବ ।

ନିଜ ପସନ୍ଦର ନେଲ ପଲିସ୍ ଲଗାନ୍ତୁ- ପରିଶେଷରେ ପାଦର ମସାଜ ପରେ ନଖରେ ନିଜ ପସନ୍ଦର ନେଲ୍ ପଲିସ୍ ଲଗାନ୍ତୁ । ନେଲ୍ ପଲିସ୍ ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଯେ ପେଣ୍ଟକୁ ୨ ରୁ ୩ ଥର ଲଗାନ୍ତୁ, ଫଳରେ ଆପଣଙ୍କ ନଖ ହଳଦିଆ ପଡିବ ନାହିଁ ।

Leave A Reply

Your email address will not be published.