ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନାକୁ ନେଇ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କାହାକୁ ଓ କେମିତି ମିଳିବ ଆୟୁଷ୍ମାନ କାର୍ଡ ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦକୁ ଦୁର କରିଛନ୍ତି ସ୍ୱାସ୍ଥ୍ଯ ମନ୍ତ୍ରୀ।
ମନନ୍ତ୍ରୀ କହିଛନ୍ତି, କେଉଁ ମାନେ କିପରି ଏହି କାର୍ଡର ଲାଭ ଉଠାଇବେ ସେ ବିଷୟରେ ମଧ୍ୟ ସୂଚନା ଆସିଯାଇଛି। ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ। ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦ୍ବୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡ ଥିବା ହିତାଧିକାରୀ ପାଇ ପାରିବେ ଆୟୁଷ୍ମାନ ଯୋଜାନର ଲାଭ। ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ।
ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ୭୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ। ୬ ଲକ୍ଷଙ୍କୁ ଅନ୍ଲାଇନ୍ରେ ମିଳିବ କାର୍ଡ ୭୦ ବର୍ଷର ଅଧିକ ଇନକମ୍ ଟାକ୍ସ ଦେଉଥିଲେ ଲୋକମାନଙ୍କୁ ମଧ୍ୟ ମିଳିବ ଆୟୁଷ୍ମାନ କାର୍ଡ। ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିଲେ ମିଳିବ କାର୍ଡ। ଅନ୍ତଦ୍ବୟ ଯୋଜନା କାର୍ଡ ରହିଥିଲେ ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାଁ ରହିଥିଲେ ବି ମିଳିବ ସୁବିଧା।
ଏହାସହିତ ନବୀନ କାର୍ଡ ପାଇଥିବା ହିତାଧିକାରୀ ମଧ୍ୟ ଯୋଜନାର ଲାଭ ଉଠାଇ ପାରିବେ। ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ ଘର ଘର ବୁଲି କାର୍ଡ ଦେବେ ଆଶା ଦିଦି। ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ଆୟୁଷ୍ମାନ ଯୋଜନାର ମିଳିବ ସୁବିଧା। ପୁରୁଣା ବିଏସକେୱାଇ କାର୍ଡ ଦେଖାଇଲେ ବି ହସ୍ପିଟାଲରେ ଚିକିତ୍ସା ମିଳିବ।
Comments are closed.