Latest Odisha News

BREAKING NEWS

କପାଳରେ ବ୍ରଣ ସମସ୍ୟାକୁ ଦୂର କରେ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ ପ୍ରାୟତଃ ମୁହଁରେ ବ୍ରଣ ଦେଖିବାକୁ ମିଳେ। ବାହାର ପ୍ରଦୂଷଣ ହେଉ କିମ୍ବା ପେଟ ଜନୀତ ସମସ୍ୟା, ଏପରି ଅନେକ କାରଣରୁ କପାଳରେ ବ୍ରଣ ହୋଇପାରେ। ପରିଷ୍କାର ପରିଚ୍ଛନ୍ନତା, ହରମୋନରେ ପରିବର୍ତ୍ତନ କିମ୍ବା କୌଣସି ଚାପ ଥିଲେ ମଧ୍ୟ କପାଳରେ ଅଧିକ ବ୍ରଣ ଦେଖାଯାଏ। କପାଳରେ ଏହି ପିମ୍ପଲ୍ ଚର୍ମର ଉପର ସ୍ତରର ତଳେ ହୁଏ ଏବଂ ତାହା ଚର୍ମକୁ ବ୍ଲକ କରିଦିଏ। ଫଳରେ ଏହା ତ୍ୱଚାର ସୌନ୍ଦର୍ଯ୍ୟ ଛଡ଼ାଇ ନିଏ। ଯେଉଁ କାରଣରୁ ଲୋକେ ଯଥାଶୀଘ୍ର ଏଥିରୁ ମୁକ୍ତି ପାଇବାକୁ ଚାହାଁନ୍ତି କିନ୍ତୁ ସେମାନେ କୌଣସି ପ୍ରଭାବଶାଳୀ ଉପାୟ ଜାଣନ୍ତି ନାହିଁ। ଆମେ ଆପଣଙ୍କୁ ଏପରି ଘରୋଇ ଉପଚାର ବିଷୟରେ କହିବୁ, ଯାହା ଜେଜେମା’ଙ୍କ ସମୟରୁ ଚାଲିଆସୁଛି ଏବଂ ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

କପାଳରେ ଆଲୋଭେରା ତେଲ ଲଗାଇବା ଲାଭଦାୟକ ହୋଇପାରେ। କିଛି ବୁନ୍ଦା ଟି ଟ୍ରି ଓଏଲକୁ ପାଣିରେ ମିଶାଇ ତୁଳା ସାହାଯ୍ୟରେ କପାଳରେ ଲଗାନ୍ତୁ।

ଲେମ୍ବୁ ରସକୁ ସିଧାସଳଖ କପାଳରେ ଲଗାନ୍ତୁ ଏବଂ ଏହାକୁ ୫ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଚର୍ମରେ କିଛି ସମୟ ପାଇଁ ହାଲୁକା ଭାବେ ଜଳାପୋଡା ହେବ, କିନ୍ତୁ କପାଳରେ ଦବି ହୋଇଥିବା ବ୍ରଣ କମିଯିବ।

ରାତିରେ ଶୋଇବା ପୂର୍ବରୁ କପାଳରେ ଏକ ତରଭୁଜକୁ ଘଷନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ଆପଣଙ୍କ ପିମ୍ପଲ୍ ମଧ୍ୟ ଦୂର ହୋଇଯିବ ଏବଂ ଚର୍ମ ମଧ୍ୟ ନରମ ହୋଇଯିବ।

ସମାନ ପରିମାଣର ବେସନ ଏବଂ ବାଦାମ ପାଉଡର ନିଅନ୍ତୁ, ଏକ ଚାମଚ ହଳଦୀ ନେଇ ଏଥିରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କପାଳରେ ୧୫ ମିନିଟ୍ ଲଗାଇବା ପରେ ଧୋଇ ଦିଅନ୍ତୁ। ବ୍ରଣ କମିଯିବା ସହ ଦାଗ କମିଯିବ।

ଆଲୋଭେରା ଜେଲରେ ଅଳ୍ପ ବୁନ୍ଦା ଟି ଟ୍ରି ଓଏଲ ମିଶାଇ ପ୍ରତିଦିନ ରାତିରେ କପାଳରେ ଲଗାଇଲେ ବ୍ରଣ ଦୂର ହୋଇଯାଏ। ଏହାକୁ ୧୫-୨୦ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ଦାଗ ଦୂର ନହେବା ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ବ୍ୟବହାର କରନ୍ତୁ। ଏକ ସ୍କ୍ରବ୍ ସାହାଯ୍ୟରେ ସପ୍ତାହକୁ ଥରେ ଚେହେରାକୁ ଭଲଭାବେ ସ୍କ୍ରବିଂ କରନ୍ତୁ। ଆପଣ ମଧ୍ୟ କଫି ସହିତ ସ୍କ୍ରବ୍ କରିପାରିବେ।

Leave A Reply

Your email address will not be published.