Latest Odisha News

BREAKING NEWS

କେଶକୁ କରନ୍ତୁ ବର୍ଗଣ୍ଡି କଲର, ତାହା ପୁଣି ବିଟରୁଟ୍ ଦ୍ବାରା..

ଭୁବନେଶ୍ବର: ବଜାରରେ ମିଳୁଥିବା ରାସାୟନିକ ରଙ୍ଗ କେଶରେ ଲଗାଇବା ଦ୍ବାରା ଅନେକ ସମସ୍ୟା ହୋଇଥାଏ । ଏପଟେ ହେୟାର କଲର ଆଜିର ଫେସନ୍ ହୋଇଗଲାଣି । କରିବେ ତେ କ’ଣ କରିବେ । ଆପଣ ରାସାୟନିକ ରଙ୍ଗ କେଶରେ ଲଗାଇବା ବଦଳରେ ବିଟରୁଟ୍ ରୁ ତିଆରି ପ୍ରାକୃତିକ ହେୟାର କଲର ଲଗାନ୍ତୁ । ବିଟରୁଟ୍ କେଶ ପାଇଁ ବହୁତ ଲାଭଦାୟକ । ଏହା କେଶକୁ ପ୍ରାକୃତିକ ବର୍ଗଣ୍ଡି କଲର ଦେଇଥାଏ ।

ଆପଣ ଘରେ ଅତି ସହଜରେ କେଶକୁ ସହଜରେ କଲର କରିପାରିବେ । ସେଥିପାଇଁ ଗୋଟିଏ ବିଟରୁଟ୍ ଦରକାର ।

ପ୍ରଥମେ ଆପଣ ଗୋଟିଏ ବଡ଼ ବିଟରୁଟ ନେଇ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ । ସେଥିରୁ ଯେଉଁ ପେଷ୍ଟ ପ୍ରସ୍ତୁତ ହେବ ସେଥିରେ ୧ ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହା ପରେ ଆପଣ ଏହି ପେଷ୍ଟକୁ ଗୋଟିଏ ବ୍ରଶ ସାହାଯ୍ୟରେ କେଶରେ ଲଗାନ୍ତୁ। ବିଟରୁଟକୁ ହେୟାର ପ୍ୟାକ୍ ପରି କେଶରେ ଲଗାଇବେ।

ଏହି ପ୍ୟାକ ଲଗାଇ ସାରିବା ପରେ ୧-୨ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ପରେ ନର୍ମାଲ ପାଣିରେ କେଶକୁ ଧୋଇ ଦିଅନ୍ତୁ । ଗୋଟିଏ ଦିନ ପରେ ସାମ୍ପୁ କରିବେ ।

ଆହୁରି ମଧ୍ୟ ଦୁଇ ଚାମଚ ବିଟରୁଟ୍ ରସ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ଅଦା ରସ, ଦୁଇ ଚାମଚ ଅଲିଭ୍ ଅଏଲ୍ ମିଶାନ୍ତୁ । ଏହାପରେ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଏବଂ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ । ଏହି ମାସ୍କକୁ ଲଗାଇ ୧-୨ ଘଣ୍ଟା ଛାଡି ଦେବେ । ଏହା ପରେ କେଶକୁ ପାଣିରେ ଧୋଇ ଦେବେ ।

 

 

Comments are closed.