ଭୁବନେଶ୍ବର: ବଜାରରେ ମିଳୁଥିବା ଲିପ ବାମ୍ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । କେମିକାଲ ଫ୍ରି ଲିପ ବାମ୍ ଖୋଜୁଥିଲେ ଆପଣ ନିଜେ ଘରେ ଅଳ୍ପସମୟରେ ବନେଇ ପାରିବେ । ଯାହା ଆପଣଙ୍କ ଓଠକୁ ସୁନ୍ଦର ଏବଂ କୋମଳ ରଖିବାରେ ସାହାଯ୍ୟ କରିବ । ଖରା ଦିନ ହେଉ ଅବା ଶୀତ ଦିନରେ ଓଠର ଯତ୍ନ ନ ନିଆଯାଏ, ତେବେ ଏହା ଫାଟିବା ସହ ଶୁଷ୍କ ଦେଖାଯାଏ ।
ତେଣୁ ଆସନ୍ତୁ ଜାଣିବା ହୋମମେଡ୍ ଲିପବାମ୍ ବିଷୟରେ..
-ଗୋଲାପ ଫୁଲର ପାଖୁଡ଼ାକୁ ପାଣିରେ ଧୋଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ନଡ଼ିଆ ତେଲ, ପେଟ୍ରୋଲିୟମ୍ ଜେଲି ଏବଂ ଭିଟାମିନ୍ ଇ କ୍ୟାପସୁଲ ମିଶାନ୍ତୁ । ଏହି ମିଶ୍ରଣକୁ ୧ ମିନିଟ୍ ପାଇଁ ଭଲ ଭାବରେ ଫୁଟାଇବେ । ଏହାପରେ ଛାଣି ଦିଅନ୍ତୁ । ଛାଣିବା ପରେ, ବଳକା ମିଶ୍ରଣକୁ ଭଲ ଭାବରେ ଫେଣ୍ଟନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗୋଲାପୀ ଲିପବାମ୍ । ଏହାକୁ ଫ୍ରିଜରେ ରଖନ୍ତୁ ।
– ବିଟ୍ ରୁଟ୍ ରସକୁ ଭଲ ଭାବରେ ଫୁଟାନ୍ତୁ । ସେଥିରେ ଭିଟାମିନ -ଇ ଏବଂ ନଡ଼ିଆ ତେଲ ମିଶାନ୍ତୁ । ପୁଣି ଫୁଟିବାକୁ ଦିଅନ୍ତୁ । ମିଶ୍ରଣଟି ବହଳିଆ ହୋଇଗଲେ । ଏହାକୁ ଥଣ୍ଡା କରନ୍ତୁ । ଏହାପରେ ଏକ ଛୋଟ ପାତ୍ରରେ ରଖନ୍ତୁ । ଏହାକୁ ଆପଣଙ୍କ ଓଠକୁ ସୁନ୍ଦର ଓ ନରମ କରିବ ।
Comments are closed.