Latest Odisha News

BREAKING NEWS

ଏପରି ଘରେ ବନାନ୍ତୁ କେମିକାଲ ଫ୍ରି କମଳା ଚୋପାର ଟୋନର

ଭୁବନେଶ୍ବର: ଦାମୀ ପ୍ରଡକ୍ଟ, କେମିକାଲ ପ୍ରଡକ୍ଟ ବଦଳରେ ଘରେ ବନାନ୍ତୁ କମଳା ଚୋପାରେ ଟୋନର । ଭିଟାମିନ୍ -ସିରେ ଭରପୂର କମଳାର ଚୋପାରେ ଅନେକ ଲାଭଦାୟକ ଗୁଣ  ରହିଛି । ଯାହା ଆପଣଙ୍କ ସ୍କିନରେ ଉଜ୍ଜ୍ୱଳତା ଆଣିବ । ଆସନ୍ତୁ ଜାଣିବା କମଳା ଚୋପାରୁ କିପରି କେମିକାଲ୍ ଫ୍ରି ଫେସ୍ ଟୋନର ତିଆରି କରିବା..

ସାମଗ୍ରୀ:-ଅଧା କପ୍ କମଳା ଚୋପା, ସାତ/ ଆଠ ପୋଦିନା ପତ୍ର, ଏକ ଚାମଚ ଭିଟାମିନ୍ ଇ ଅଏଲ୍, ଦୁଇ ଚାମଚ ଗୋଲାପ ଜଳ

ବିଧି:-ଏହି ଫେସ୍ ଟୋନର କରିବା ପାଇଁ ପ୍ରଥମେ କମଳା ଚୋପାକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଯେତେବେଳେ ଏହା ହାଲୁକା ଫୁଟିବା ଆରମ୍ଭ କରିବ, ସେଥିରେ ପୋଦିନା ପତ୍ର ପକାନ୍ତୁ । ପ୍ରାୟ ଦଶ ମିନିଟ୍ ଫୁଟିବା ପରେ ଗ୍ୟାସ୍ ବନ୍ଦ କରନ୍ତୁ । ବର୍ତ୍ତମାନ ଏହି ପାଣିକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହାପରେ ଛାଣି ଦିଅନ୍ତୁ । ଏଥିରେ ଗୋଲାପ ଜଳ ଏବଂ ଭିଟାମିନ୍ ଇ ତେଲ ମଧ୍ୟ ମିଶାନ୍ତୁ ।

ଏହି ଟୋନର ବ୍ୟବହାର କରିବା ପୂର୍ବରୁ ସ୍ପ୍ରେ ବୋତଲକୁ ଭଲ ଭାବରେ ହଲେଇ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ମୁହଁକୁ ସଫା କରି ଚେହେରାରେ ସ୍ପ୍ରେ କରନ୍ତୁ । ଏହାର ନିୟମିତ ବ୍ୟବହାର କଲେ ଦାଗ ଦୂର ହୋଇଯିବ ଏବଂ ଆପଣଙ୍କ ତ୍ବଚାରେ ଉଜ୍ଜ୍ୱଳତା ଆସିବ ।

Leave A Reply

Your email address will not be published.