ଭୁବନେଶ୍ବର: ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆମର ତ୍ବଚା ପାଇଁ ମଧ୍ୟ ଭଲ । ଆପଣଙ୍କୁ ଗ୍ଲୋ ଫେସ୍ ପାଇଁ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଲଗାଇବା ଦରକାର ନାହିଁ । ଆପଣ ଘରେ ଅମୃତଭଣ୍ଡାରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇପାରିବେ । ଏଥିରେ ଫେସରୁ ବ୍ରଣ ଦାଗ ଦୂର ହେବା ସହ ଗ୍ଲୋ ଆସିଥାଏ ।
ଆସନ୍ତୁ ଜାଣିବା ଘରେ କିପରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବେ..
– ଗୋଟିଏ ପାଚିଲା ଅମୃତଭଣ୍ଡାକୁ ଚକଟି ଦେବେ ସେଥିରେ ଦୁଇ ଚାମଚ ଦହି ମିଶାଇବେ । ଉକ୍ତ ପେଷ୍ଟକୁ ନିଜ ଚେହେରାରେ ଲଗାଇ ୧୫-୨୦ ମିନିଟ୍ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
– ଗୋଟିଏ ପାଚିଲା ଅମୃତଭଣ୍ଡାକୁ ଚକଟି ସେଥିରେ ତିନି ଚାମଚ କ୍ଷୀର ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ମୁହଁକୁ ପାଣିରେ ଧୋଇ ଧୁଅନ୍ତୁ । ସପ୍ତାହକୁ ଦୁଇରୁ ତିନି ଥର ଏହି ଫେସ୍ ପ୍ୟାକ୍ ଲଗାଇ ପାରିବେ ।
-ଗୋଟିଏ ପାଚିଲା ଅମୃତଭଣ୍ଡାକୁ ଚକଟି ଦୁଇ ଚାମଚ ଆଲୋଭେରା ଜେଲ ପକାଇ ଭଲ ଭାବେ ମିଶାନ୍ତୁ । ଏବେ ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ଛାଡି ଦିଅନ୍ତୁ । ଏହାପରେ ପାଣିରେ ମୁହଁ ଧୁଅନ୍ତୁ ।
– ଗୋଟିଏ ପାତ୍ରରେ ଦୁଇ ଚାମଚ ଅମୃତଭଣ୍ଡା ରସ ନେବେ । ସେଥିରେ ଏକ ଚାମଚ ଲେମ୍ବୁ ରସ ଓ ଏକ ଚାମଚ ମହୁକୁ ଭଲ ଭାବେ ମିଶାଇ ଦେବେ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫-୨୦ ପରେ ପାଣିରେ ଫେସକୁ ଧୋଇ ଦିଅନ୍ତୁ । ସପ୍ତାହକୁ ଦୁଇ ଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ ।