ଭୁବନେଶ୍ବର: ଯଦି ଆପଣ ବର୍ତ୍ତମାନ ଆପଣଙ୍କର ଚାକିରି ପରିବର୍ତ୍ତନ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ । ଯେତେବେଳେ ଏକ ଘରୋଇ କ୍ଷେତ୍ରର କର୍ମଚାରୀ ଚାକିରି ବଦଳାନ୍ତି, ଏକ ନୂତନ ଇପିଏଫ୍ ଆକାଉଣ୍ଟ ତାଙ୍କ ନିଯୁକ୍ତିଦାତା ଦ୍ୱାରା ଖୋଲାଯାଏ । ଏହାକୁ ଖୋଲିବାବେଳେ, ପୁରୁଣା UAN ନମ୍ବର କେବଳ ବ୍ୟବହୃତ ହୁଏ । ଏକ ନୂତନ ଇପିଏଫ୍ ଆକାଉଣ୍ଟ ଖୋଲିବା ହେତୁ, ପୁରୁଣା ଆକାଉଣ୍ଟରେ ପଡ଼ିଥିବା ଆପଣଙ୍କ ଟଙ୍କା ଏକାଠି ଦୃଶ୍ୟମାନ ହୁଏ ନାହିଁ । ଏଥିପାଇଁ ଆପଣଙ୍କୁ EPFO ୱେବସାଇଟ୍ କୁ ଯାଇ ଉଭୟ ଖାତାକୁ ମର୍ଜ କରିବାକୁ ପଡିବ । ଉଭୟ ଖାତା ମିଶ୍ରଣ କରିବା ଅତ୍ୟନ୍ତ ସହଜ ଏବଂ ଆପଣ ଅଳ୍ପ କିଛି ପଦକ୍ଷେପ ଅନୁସରଣ କରି ଏହାକୁ ଅନଲାଇନରେ କରିପାରିବେ ।
EPF ଖାତା ମର୍ଜ କରିବାର ଅନଲାଇନ୍ ପ୍ରକ୍ରିୟା:-
-ସର୍ବପ୍ରଥମେ ଆପଣଙ୍କୁ epfindia.gov.in ରେ EPFO ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ ।
-ଏହାପରେ’Service’ଅପସନ୍ କୁ ଯାଇ’For Employees’ଉପରେ କ୍ଲିକ୍ କରନ୍ତୁ ।
-ଏଠାରେ’Member Passbook’ଅପସନ୍ ରେ କ୍ଲିକ୍ କରି ନିଜର UAN ନମ୍ବର ଓ ପାସୱାର୍ଡ ଦେବେ
-ଏଠାରେ ଆପଣଙ୍କ ସମସ୍ତ PF ଖାତାର ଲିଷ୍ଟ ମିଳିଯିବ
-ଏହାପରେ ଅନଲାଇନ୍ ଟ୍ରାନ୍ସଫର୍ ପାଇଁ’One Member One EPF Account’ର ଉପଯୋଗ କରିବାକୁ ହେବ। ତେଣୁ https://unifiedportal-mem.epfindia.gov.inରେ ଲଗଇନ୍ କରିବେ ।
-‘Online Services’ଅପସନ୍ କୁ ଯାଇ ‘One Member One EPF Account’ ରେ କ୍ଲିକ୍ କରନ୍ତୁ
-ଏହାପରେ ସମସ୍ତ ପୁରୁଣା ଆକାଉଣ୍ଟକୁ ଲେଟେଷ୍ଟ ଆକାଉଣ୍ଟରେ ଟ୍ରାନ୍ସଫର୍ କରିବା ପାଇଁ ପ୍ରୋସେସ କରନ୍ତୁ
-ଏପରି କରିବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ। ଭେରିଫିକେସନ କରିବା ପରେ ଏହାକୁ ସବମିଟ୍ କରିଦେବେ
ଏପରି କରିବା ଦ୍ବାରା ଆପଣଙ୍କ ରିକ୍ବେଷ୍ଟ ନିଯୁକ୍ତିଦାତାଙ୍କ ପାଖକୁ ଚାଲିଯିବ । ତାଙ୍କର ମଞ୍ଜୁରୀ ମିଳିବା ପରେ ଆପଣଙ୍କର ସମସ୍ତ ପୁରୁଣା ଆକାଉଣ୍ଟର ବାଲାନ୍ସ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ ।
ଯଦି ପୁରୁଣା ଆକାଉଣ୍ଟକୁ ମର୍ଜ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ EPFO କାର୍ଯ୍ୟାଳୟ ସହ ସମ୍ପର୍କ କରିବା ଉଚିତ୍ । EPFO ହେଲ୍ପଲାଇନ୍ 1800118005 ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ।